ମହାଭାରତ, କେନ୍ଦ୍ରାପଡ଼ା: ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁହୁଡିଗ୍ରାମସ୍ଥିତ ଭାରତୀ ବିଦ୍ୟା ମନ୍ଦିରର ଷୋଡଶ ବାର୍ଷିକ ମାତୃସମ୍ମିଳନୀ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ମଦନମୋହନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମାତୃ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଅଙ୍ଗୁଳେଇ ପଂଚାୟତର ସରପଂଚ ଦୁର୍ଗାବତୀ ପ୍ରଧାନ , ମୁଖ୍ୟବକ୍ତା ଭାବେ ନେମ୍ବରା କ୍ଲଷ୍ଟରର ସି.ଆର.ସି.ସି. ଅମରେନ୍ଦ୍ର ଲେଙ୍କା ଓ ସମ୍ମାନୀତ ଅତିଥି ଭାବେ ଏ.ଏନ.ଏମ. ଚିନ୍ମୟୀ ସାହୁ, ବିଦ୍ୟାମନ୍ଦିର ପରିଚାଳନା କମିଟି ସଭ୍ୟ ଅଭୟ କୁମାର ସାହୁ ପ୍ରମୁଖ ଯୋଗଦେଇ ଶତାଧିକ ମାତୃମଣ୍ଡଳିଙ୍କୁ ଆଦର୍ଶ ଛାତ୍ରଛାତ୍ରୀ ଗଠନରେ ମା’ମାନଙ୍କର ପରିବାରରେ କିଭଳି ବଳିଷ୍ଠ ଭୂମିକା ରହୁଛି ଓ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ଦ୍ୱାରା କିପରି ଉତ୍ତମ ଛାତ୍ରଛାତ୍ରୀ ଗଠନରେ ସହାୟକ ହୋଇଥାଏ ସେ ସମ୍ପର୍କରେ ଅନେକ ଉପାଦେୟ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଧାନଶିକ୍ଷକ ମଧୁସୁଦନ ମୁଦୁଲି ବାର୍ଷିକ ବୀବରଣୀ ପାଠ କରିଥିଲେ । ଗୁରୁଜୀ ନିର୍ମଳ ସାମଲ, ମଳୟ ଦାସ, ଗୁରୁମା ପଦ୍ମାବତୀ ରାଉତ, ଲିଜାଶ୍ରୀ ରାଉତ, ତପସ୍ୱିନୀ ପରିଡା, ସ୍ୱର୍ଣ୍ଣଲତା ଦାସ, ପୂର୍ଣ୍ଣିମା ପଲେଇ, ସୈାଦାମିନୀ ଆଣ୍ଡୁ, ମୋନାଲିସା ବେହେରା ପ୍ରମୁଖ ଉତ୍ସବ ପରିଚାଳନାରେ ସହ ଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
previous post
next post