ଓଡିଶା

ହଷ୍ଟେଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

(ମହାଭାରତ, ନୀଲଗିରି): ବାଲେଶ୍ୱର ଜିଲ୍ଲା ନୀଳଗିରି ବିଇଓ ଅଫିସ ନିକଟସ୍ଥ ଗୋପବନ୍ଧୁ ହଷ୍ଟେଲ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ଆମ୍ବଡିହା ଗାଁର ୩୪ ବର୍ଷିୟ ରାଜେଶ ମଲ୍ଲିକ ବୋଲି ଜଣାପଡିଛି । ଗୁରୁବାର ସକାଳେ ଯୁବକଙ୍କ ମୃତଦେହ ହଷ୍ଟେଲ ପାଖରେ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥବା ବେଳେ ମୃତ୍ୟୁ ପୂର୍ବରୁ ସେ ବାନ୍ତି କରିଥିବା ଦେଖିବାକୁ ମିଳିଛି ।

Related posts

ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବୈଜ୍ଞାନିକ ଶୈଳୀ ପ୍ରଦର୍ଶନ

mahabharatanews

ପଦ୍ମପୁର ଉପ ନିର୍ବାଚନ ନେଇ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି

mahabharatanews

ଶିକ୍ଷକଙ୍କୁ ଛାତ୍ର ମାଲିସ କରୁଥିବାର ଭିଡିଓ ଭାଇରାଲ୍

mahabharatanews