Uncategorized

୩ ବନ୍ଦୀ ଫେରାର: ତଦନ୍ତ ନିର୍ଦ୍ଦେଶ ଦେଲେ ପଞ୍ଜାମ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଅମ୍ରିତସର କେନ୍ଦ୍ରୀୟ ଜେଲରୁ ଖସି ପଳାଇଥିବା ୩ ବନ୍ଦୀଙ୍କ ଉପରେ ମାଜିଷ୍ଟ୍ରେଟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଫିସିଆଲ ସୂତ୍ରରୁ କୁହାଯାଇଛି । ବନ୍ଦୀଙ୍କ ଖସିପଳାଇବାକୁ ନେଇ ରାଜ୍ୟ ବ୍ୟାପୀ ଅନୁନ୍ଧାନ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଏଡିଜିପି ଜେଲକୁ ବନ୍ଦୀଙ୍କ ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଆଜି ଭୋର ୩.୨୦ ଟାରେ ୩ ଜଣ ବନ୍ଦୀ ଜେଲ ବାରାକ ଭାଙ୍ଗି ଜେଲରୁ ଖସି ପଳାଇ ଥିଲେ, ଯାହା ସିସି ଟିଭି ଫୁଟେଜରୁ ଜଣା ପଡିଛି । ଜେଲ ସୁରକ୍ଷାରେ ବ୍ୟାପକ କମି ଥିବାରୁ ଏହା ଜଣା ପଡିଛି । ଏଥିନେଇ ମୁଖ୍ୟମନ୍ତ୍ରୀ ଜେଲ ସୁରକ୍ଷା ଉପରେ ସମୀକ୍ଷା ମଧ୍ୟ କରିବାକୁ ଯାଉଛନ୍ତି । କେବଳ ଏଡିଜିପି ଜେଲ ବ୍ୟଦୀତ ରାଜ୍ୟର ଅନ୍ୟ ଜେଲର ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜେଲରୁ ଖସି ଯାଇଥିବା ବନ୍ଦୀମାନେ ହେଲେ ବିଶାଳ, ଗୁରୁପ୍ରିତ ଓ ଜାରଜେଲ ।

Related posts

କାହା ଆଗରେ ବି ପ୍ରକାଶ କରନ୍ତୁ ନାହିଁ ଏହି ୪ଟି କଥା

mahabharatanews

କେରଳ, କର୍ଣ୍ଣାଟକରେ ଲୁଚିରହିଛନ୍ତି ଆଇଏସ ଆତଙ୍କବାଦୀ: ଜାତିସଂଘ

mahabharatanews

ଶାହିନବାଗ ପ୍ରଦର୍ଶନ ବେଳେ ଶିଶୁ ମୃତ୍ୟୁ ମାମଲା ପହଞ୍ଚିଲା କୋର୍ଟରେ

mahabharatanews