ଓଡିଶା

୫୧ କେଜି ଗଞ୍ଜେଇ ଜବତ, ୨ ଗିରଫ

(ମହାଭାରତ, ଗଞ୍ଜାମ): ଗଞ୍ଜାମ ଜିଲ୍ଲା ସୋରଡା ଥାନା ୫୯ ନମ୍ବର ଜାତୀୟ ରାଜପଥ ଅସୁରବନ୍ଧ ନିକଟରୁ ଗୁରୁବାର ଏକ ଗଞ୍ଜେଇ ବୋଝେଇ ଭ୍ୟାନ ଜବତ ହୋଇଛି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ବାଲିଗୁଡା ଥାନା ବାରିକିଆ ଗାଁର ଗିରିଶ କୁମାର ଦିଗଲ ଓ ହିଞ୍ଜିଳି ଥାନା ରାଲବ ଗାଁର ଦୁଃଶାସନ ବରଡ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳରୁ ଏକ ଭ୍ୟାନରେ ଗଞ୍ଜେଇ ଭର୍ତ୍ତି ହୋଇ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ଖବର ପାଇ ସୋରଡା ଥାନା ଏସଆଇ ସୁନୀଲ କୁମାର କଣ୍ଡଗୋରିଙ୍କ ନେତୃତ୍ୱରେ ଏକ ଟିମ ଏହାର ପିଛା କରି ଚାଳକ ସମେତ ୨ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ନଗଦ ଟଙ୍କା ଓ ମୋବାଇଲ ଫୋନ ଜବତ କରାଯାଇଛି । ପ୍ରାୟ ୫୧ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧ ଲକ୍ଷ ହେବ ବୋଲି ଥାନା ଅଧିକାରୀ ରମେଶ ପ୍ରଧାନ କରିଛନ୍ତି । ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ।

Related posts

ପଞ୍ଚୁକରେ ଉଠାଦୋକାନୀଙ୍କୁ ମନା

mahabharatanews

 ଆସନ୍ତାକାଲି ଡାଳିକିଆ ବେଶରେ ଦର୍ଶନ ଦେବେ ମହାପ୍ରଭୁ

mahabharatanews

ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ କିଟ୍କୁ ବଡ ସଫଳତା

mahabharatanews