ଝାରସୁଗୁଡା: ବ୍ୟାଙ୍କ ଆକାଉଣ୍ଟାଣ୍ଟଙ୍କୁ ଜେଲ । ଜଣେ ଆଦିବାସୀ, ବିଧବାଙ୍କ ୧୯ ଲକ୍ଷ ଟଙ୍କା ହଡପ ଅଭିଯୋଗରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଷ୍ଟେଟବ୍ୟାଙ୍କ ଶାଖା ଆକାଉଣ୍ଟାଣ୍ଟ ସନ୍ଦିତ ମହାନ୍ତିଙ୍କୁ ଗିରଫ କରିଛି ପୁଲିସ । ସମ୍ବିତଙ୍କ ଠକାମିର ଶିକାର ହେବା ପରେ ମହିଳା ଏସପିଙ୍କ ଦ୍ୱାରସ୍ଥ ହେବା ପରେ ସବୁ ଗୁମରରୁ ପରଦା ଉଠିଥିଲା ।
ଝାରସୁଗୁଡା ବ୍ରଜରାଜନଗରର ୨ ଖୋଲାମୁହଁ କୋଇଲା ଖଣିରେ ଦଶରଥ ମୁଣ୍ଡା କାର୍ଯ୍ୟକରି ଆସୁଥିଲେ । ୨୦୧୪ରେ ସେ ଚାକିରିରୁ ଅବସର ନେଇଥିଲେ ଓ ୨୦୧୭ରେ ତାଙ୍କର ମୃତ୍ୟୁ ହୋଇଥିଲା । ଯେତେବେଳେ ପେନସନ ପାଇଁ ପୁଅ ଟିକେଶ୍ୱର ମୁଣ୍ଡା ବ୍ୟାଙ୍କକୁ ଗଲେ ଅବସରକାଳୀନ ଟଙ୍କା ପାଇଁ ସେତେବେଳେ ବ୍ୟାଙ୍କ ଆକାଉଣ୍ଟାଣ୍ଟ ତାଙ୍କୁ ଜଣେ ଆଦିବାସୀ ଯୁବକ ଭାବି ବିଭିନ୍ନ କାଗଜପତ୍ରକୁ ନେଇ ଦୌଡାଇଥିଲେ । ଯେତେବେଳେ ସବୁ କାଗଜପତ୍ର ଠିକ ଥାଇ ମଧ୍ୟ ଏସବିଆଇ ବ୍ରଜରାଜନଗର ଲମଟିବାହାଲ ଶାଖାର ଆକାଉଣ୍ଟାଣ୍ଟ ସନ୍ଦୀପ ମହାନ୍ତି ବହୁ ହଇରାଣ କରିଚାଲିଥିଲେ । ତେଣୁ ମୃତ ଦଶରଥଙ୍କ ସ୍ତ୍ରୀ ଓ ପୁଅ ପଚରାଉଚରା କରି ଜାଣିବାକୁ ପାଇଥିଲେ, ସେମାନଙ୍କୁ ମୃତ ଦଶରଥଙ୍କ ମୃତ୍ୟୁ ବାବଦକୁ ୧୮ ଲକ୍ଷ ୩୫ ହଜାର ଟଙ୍କା ମିଳିଥିଲା । କିନ୍ତୁ ସେହି ଟଙ୍କାକୁ ସନ୍ଦିପ ନିଜ କୌଣସି ସମ୍ପର୍କୀୟଙ୍କ ଖାତାକୁ ଟ୍ରାନ୍ସଫର କରି ଦେଇଛନ୍ତି । ଏହା ଜାଣିବା ପରେ ଉଭୟ ମା ପୁଅ ଝାରସୁଗୁଡା ଏସପି ଓ ବ୍ରଜରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେମାନଙ୍କ ଅଭିଯୋଗ ଆଧାରରେ ଫେରାର ହୋଇଯାଇଥିବା ସନ୍ଦିପଙ୍କୁ ଗିରଫ କରିଛି ।
previous post
next post
