ଅପରାଧ

ଅଶ୍ଳୀଳ ଫଟୋ କରି ଗିରଫ ଯୁବକର ଦୌରାତ୍ମ୍ୟରେ ଅତିଷ୍ଠ ପରିବାର

(ଜଳେଶ୍ୱର)– ଦିନକୁ ଦିନ ମାନବିକତା ମରି ମରି ଯାଉଛି । ଅସାମାଜିକ କାର୍ଯ୍ୟ କଳାପ ବୃଦ୍ଧି ପାଉଛି । ସରକାର ମାଆକୁ ସମ୍ମାନର କହୁଥିବା ବେଳେ, ଆମର ଆଇନ କାନୁନ ଓ ବି·ର ବ୍ୟବସ୍ଥା ଏଭଳି ଘଟଣାକୁ ଅତି ଗୁରୁତର ସହିତ ନେଇ ଅଭିଯୁକ୍ତ ମାନଙ୍କୁ ଶକ୍ତ ଦଣ୍ଡରେ ଦଣ୍ଡିତ କରିବାର ନଜିର ରହିଛି । ଏସବୁ ସତ୍ତେ୍ୱ ସମାଜରୁ ନାରୀ ନିର୍ଯାତନା, ନାରୀମାନଙ୍କ ପ୍ରତି ଜୁଲୁମ, ଅଶ୍ଳୀଳ ଇଙ୍ଗିତ କମୁ ନାହିଁ । ବରଂ ଦିନକୁ ଦିନ ବଢି ·ଲିଛି । ଅଭିଯୋଗ ଅନୁଯାୟୀ ଜଳେଶ୍ୱର ଥାନା ନାଁମ୍ପ ଫାଣ୍ଡି ଅଂଚଳରେ ଜଣେ ମେଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରୀର ଫଟୋକୁ କିଛି ଅସାମାଜିକ ଯୁବକ ଏଡ଼ିଟିଙ୍ଗ କରିବା ସହ ଉକ୍ତ ନାବାଳିକା ଓ ତାର ବାପା ମାଆ ପରିବାର ବର୍ଗଙ୍କୁ ସର୍ବସାଧରଣରେ ଓ ମୋବାଇଲରେ ଗାଳି ଗୁଳଜ କରିବା ସହିତ ଗାଳି ଗୋଲଜର ଭଏସ ରେକର୍ଡ ଓ ଅଶ୍ଳୀଳ ଏଡିଟିଙ୍ଗ ଫଟୋ ଭାଇରାଲ କରୁଛନ୍ତି । ପରିବାର ପକ୍ଷରୁ ଏହାର ପ୍ରତିବାଦ କଲେ ଫିଲ୍ମି ଷ୍ଟାଇଲରେ ବାଟ ଅବରୋଧ କରି ଗାଡି ଅଟକାଇ ଧମକ ଚମକ ଦେଉଛନ୍ତି । ନାବାଳିକା ଝିଅଟି ଲଜ୍ୟାରେ ମାନସିକ ଭାରସାମ୍ୟ ହରାଇ ଆତ୍ମ ହତ୍ୟା ଉଦ୍ୟମ କରିଥିବା ଜଣା ପଡ଼ିଛି । ଏନେଇ ଝିଅର ମାଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଧନେଶ୍ୱର ସାହୁ ଘଟଣାକୁ ଅତ୍ୟନ୍ତ ଗୁରୁତର ଭାବେ ନେଇ ୧୧୬ /୨୦ ନମ୍ବରରେ ମାମଲା ରୁଜୁ କରିବା ସହିତ ଦେବକୁମାର ଗ୍ରାମର ଝଡ଼ିଆ ମୁଖୀ କି ଗିରଫ କରି କୋର୍ଟ ପଠାଇଥିଲେ । ତେବେ କୋର୍ଟରୁ ବେଲରେ ଆସି ଅଭିଯୁକ୍ତ ଓ ତାର ସମର୍ଥକ ମାନେ ପୁଣି ପୂର୍ବପରି କାମ କରୁଛନ୍ତି । ଏମିତିକି ଘରୁ ବାହାରିଲେ ହତ୍ୟା କରିଦେବାର ଧମକ ଦେଉଛନ୍ତି ବୋଲି ନାବାଳିକା ପରିବାର ପକ୍ଷରୁ ସୂଚନା ମିଳିଛି । ତେବେ ସାଧାରଣରେ ଏଭଳି ଘଟଣାକୁ ନିନ୍ଦା କରିବା ସହିତ ଅଭିଯୁକ୍ତ ମାନଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

Related posts

୨ ପିଲାଙ୍କ ଝଗଡ଼ାରୁ ମହିଳାଙ୍କୁ ପିଟି ପିଟି ହତ୍ୟା,ପରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

mahabharatanews

କେନାଲ ବନ୍ଧ କଡରେ ପଡିଛି ୫ ବସ୍ତା ଗୋମାଂସ !

mahabharatanews

ଅଧା ରହିଗଲା ବିବାହର ଖୁସି; ଛାଡି ଚାଲିଗଲେ ମାଆ

mahabharatanews