ଅପରାଧଓଡିଶା

୨ ପିଲାଙ୍କ ଝଗଡ଼ାରୁ ମହିଳାଙ୍କୁ ପିଟି ପିଟି ହତ୍ୟା,ପରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

କଣ୍ଟାବାଞ୍ଜି : ଝିମିଟି ଖେଳରୁ ମହାଭାରତ । ଦୁଇ ସ୍କୁଲ ପିଲାଙ୍କ କଳିରୁ ମା’କୁ ପିଟି ପିଟି ମାରିଦେଲେ । ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଛି। ଏହାକୁ ନେଇ ଥାନାରେ ଉତ୍ତେଜନା ପ୍ରକାଶ ପାଇଛି ।

କଣ୍ଟାବାଞ୍ଜି ସହରର ନୂଆପଡା ଗାଁର ସୁଦାମ ବେହେରା ଓ ଚିଙ୍ଗିରିପଡା ଗ୍ରାମର ପୁଷ୍ପା ବଚ୍ଛାଙ୍କ ପୁଅ ଗୋଟିଏ ସ୍କୁଲରେ ପାଠ ପଢ଼ନ୍ତି। ଆଜି କୌଣସି କଥାକୁ ନେଇ ଦୁଇ ପିଲାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପୁଷ୍ପାଙ୍କ ପୁଅକୁ ସୁଦାମ ବେହେରାଙ୍କ ପୁଅ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ପୁଷ୍ପାଙ୍କୁ ତାଙ୍କ ପୁଅ ଜଣାଇଥିଲେ। ଏହାପରେ ସୁଦାମଙ୍କ ଘରକୁ ଯାଇଥିଲେ ପୁଷ୍ପା। ସେ ଏନେଇ ସୁଦାମଙ୍କୁ କହିଥିଲେ।

ହେଲେ ସୁଦାମ କିଛି କଥା ଶୁଣିବା ଆଗରୁ ରାଗ ତମ ତମ ହୋଇ ପୁଷ୍ପାଙ୍କ ଉପରକୁ ଆକ୍ରମଣ କରିଥିଲେ। ଏକ ଲୁହା ରଡ୍ରେ ସେ ପୁଷ୍ପା ବଚ୍ଛାଙ୍କୁ ପ୍ରବଳ ପିଟିଥିଲେ। ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକ ପୁଷ୍ପାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ଷାଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ସୁଦାମ କଣ୍ଟାବାଞ୍ଜି ଥାନାରେ ଆତ୍ମସମର୍ପଣ କରିଥିଲେ।

Related posts

ଧାମନଗର ଉପନିର୍ବାଚନ CEO ଙ୍କ ସାମ୍ବାଦିକ ସମ୍ମିଳନୀ: ନିୟୋଜିତ ହେଲେ 2 କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

mahabharatanews

୧ କେଜି ବ୍ରାଉନ ସୁଗାର ଜବତ: ୬ ଗିରଫ

mahabharatanews

ଏସସିଏସ କଲେଜ ପୁରାତନ ଛାତ୍ର କ୍ରିୟାନୁଷ୍ଠାନ କମିଟିର ଚେତାବନୀ

mahabharatanews