ଓଡିଶା

ଅସହାୟ ଲୋକଙ୍କୁ ହାତ ବଢାଇଲା ଗ୍ରାମୀଣ ଜୀବନ ସଂଘ

(କଣିହାଁ/ଜ୍ୟୋତିରଂଜନ ଧର): କରୋନା ମରାମାରୀ ଭୂତାଣୁରେ ରୋକ ଲଗାଇବା ପାଇଁ ସମଗ୍ର ଦେଶ ତଥା ରାଜ୍ୟରେ ୨୭ ଦିନ ହେଲାଣି ଲକଡାଉନ ଜାରି ହୋଇଛି । ଏଭଳି ସଙ୍କଟରେ ସ୍ଥିତିରେ କଣିହାଁ ବ୍ଲକର ବିଭିନ୍ନ ସ୍ଥାନରେ ଅସହାୟ ପରିବାର ପାଖରେ ଛିଡା ହୋଇଛି ବ୍ଲକସ୍ଥ ସାମାଜିକ ଅନୁଷ୍ଠାନ ‘ଗ୍ରାମଣୀ ଜୀବନ ସଂଘ’ । ବ୍ଲକସ୍ଥ ହରିହରପୁର ପଂଚାୟତ ବଲାଙ୍ଗୀ ନିକଟସ୍ଥ ମାଙ୍କେଡିଆ ବସ୍ତିରେ ବସବାସ କରୁଥିବା ୬୧ ଅସହାୟ ପରିବାରକୁ ରବିବାର ସଂଘର ସଦସ୍ୟ ମାନେ ରନ୍ଧା ଓଶୁଖିଲା ଖାଦ୍ୟ ବିତରଣ କରିଛନ୍ତି । ସେହିପରି ସାମାଜିକ ଦୂରତା, ବିନା କାମରେ ଘରୁ ନବାହାରିବା, ସାବୁନରେ ୨୦ସେକେଣ୍ଡ ପାର୍ଯ୍ୟନ୍ତ ହାତ ଧୋଇବା ଆଦି ଲୋକଙ୍କୁ ସଚେତନତା କରିଥିଲେ । ଏହି ପରିପ୍ରେକ୍ଷିରେ ଗ୍ରାମୀଣ ଜୀବନ ସଂଘ ସଭାପତି ସୁଲେନ କୁମାର ଧର, ସମ୍ପାଦକ ଅଜିତ ଦାଶ, ଉପଦେଷ୍ଠା କମିଟି ସଦସ୍ୟ ରଜତ ନୟକ ଓ ସାଗର ସେଠି ପ୍ରମୁଖ ଉପସ୍ଥିତ ଥିଲେ ।

Related posts

କାର୍ଯ୍ୟରେ ଅବହେଳା ଅଭିଯୋଗରେ ୩ ପିଇଓ ନିଲମ୍ବିତ

mahabharatanews

ପରଲୋକରେ ମନ୍ତ୍ରୀ ଭାଗବତ ମହାନ୍ତି

mahabharatanews

ପ୍ରବାସୀ ଶ୍ରମିକଙ୍କ ରାସ୍ତାରୋକ

mahabharatanews