ଓଡିଶା

ଦିପଶିଖା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମାକ୍ସ, ସାବୁନ ଓ ବିସ୍କୁଟ

(କଣିହାଁ /ଜ୍ୟୋତିରଞ୍ଜନ ଧର): ଦିପଶିଖା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶିକ୍ଷାନୁଷ୍ଠାନ,ଏନଟିପିସି ଆନୁକୂଲ୍ୟରେ ମହାମାରୀ କରୋନା ଭୁତାଣୁ ପ୍ରତିରୋଧ ନିମନ୍ତେ ଆୟୋଜନ କରାଯାଇଛି ଏକ ସଚେତନାନ କାର୍ଯ୍ୟକ୍ରମ । ସଂପୃକ୍ତ ଶିକ୍ଷାନୁଷ୍ଠାନ ପ୍ରଧାନଆଚାର୍ଯ୍ୟା ସୁଶାନ୍ତ କୁମାର ତ୍ରିପାଠିଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ଅଭିଭାବକ, ଶିକ୍ଷାନୁଷ୍ଠାନର ଆଚାର୍ଯ୍ୟ/ଆଚାର୍ଯ୍ୟା, କର୍ମଚାରୀ ମାନେ ସାମିଲ ହୋଇଥିଲେ । ସଙ୍ଗରୋଧ କୁ ବାରଣ କରିବା, ହାତ ମୁହଁ କୁ ପରିଷ୍କାର ରଖିବା, ଘରୁ ବାହାରିବା ମାତ୍ରେ ମାକ୍ସ ପିନ୍ଧିବା ବାଧ୍ୟତା ମୂଳକ, କଥାବାର୍ତ୍ତା ହେବା ସମୟରେ ଏକ ମିଟର ଦୂରତା ଅବଲମ୍ବନ ଉପରେ ଗୁରୁତ୍ୱାରୋପ କରିଥିଲେ । ଶେଷରେ ବସ୍ତି ବାସିନ୍ଦାଙ୍କୁ ମାକ୍ସ, ସାବୁନ ଓ ବିସ୍କୁଟ ବିତରଣ କରିଥିଲେ । ସେହିପରି ଶିକ୍ଷାନୁଷ୍ଠାନ ପକ୍ଷରୁ ଟେଲିଫୋନ ଭବନ ସମ୍ମୁଖରେ ଦୈନିକ ପରିବା ବଜାରରେ ବ୍ୟବସାୟୀ ଭାଇ ମାନଙ୍କୁ ସାବୁନ ଓ ବିସ୍କୁଟ ବିତରଣ କରି ଅନୁରୁପ ଭାବରେ ସଚେତନତା ବାର୍ତ୍ତା ବାଣ୍ଟି ଥିଲେ ।

Related posts

ଓଏଏସ୍ ରେ ସଫଳତା ପରେ ବିରେନ୍ଦ୍ର କୁମାର ଜେନାଙ୍କୁ ଭବ୍ୟ ସମ୍ବର୍ଦ୍ଧନା…

mahabharatanews

ଆସନ୍ତା ୨୪ ଘଣ୍ଟାରେ ୨୫ ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ସମ୍ଭାବନା

mahabharatanews

କମୁଛି ରାତି ତାପମାତ୍ରା 

mahabharatanews