ଭୁବନେଶ୍ୱର: ଆଜି ବିଧାନସଭାରେ ଆଇନ ଶୃଙ୍ଖଳା ସମ୍ପର୍କିତ ମୁଲତବୀ ପ୍ରସ୍ତାବରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉତ୍ତର ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ୨୦୨୦ରେ ଭଲ ରହିଛି । ସାମ୍ପ୍ରଦାୟିକ ସଦଭାବନା ବଜାୟ ରହିଛି । ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ନାହିଁ । ନକ୍ସଲ ହିଂସା ନିୟନ୍ତ୍ରଣରେ ରହିଛି । ଉଭୟ ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ ସୁରୁଖୁରୁରେ ଶେଷ ହୋଇଛି । କୋଭିଡ୍ ସମୟରେ ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ପରିଚାଳନା କରାଯାଇଛି । ଅପରାଧିକ ଗତିବିଧି ନିୟନ୍ତ୍ରିତ ରହିଛି । କମିଶନରେଟ୍ ପୋଲିସ ୨୨ ବର୍ଷ ପରେ ଗୋଟିଏ କେସରେ ସଫଳତା ପାଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଓ ନିୟନ୍ତ୍ରଣାଧୀନ ରହିଛି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ।
ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଏହି ବିବୃତିକୁ ବିରୋଧୀ ଗ୍ରହଣ କରି ନାହାନ୍ତି । ବିରୋଧ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସରକାରକୁ ଆକ୍ରମଣ କରିଛନ୍ତି । ପରୀ, ପିହୁ, କଟକରେ ଛାତ୍ରୀ ପୋଡି, ବିଜେପୁର ଉପନିର୍ବାଚନ ବେଳେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ମିଛ କେସରେ ଫସେଇ ଜେଲ ପଠାଇବ।। ଓ ସେଠାରେ ବିଷ ଦେଇ ମାରିବା ପରି ଘଟଣା ଉଲ୍ଲେଖ କରିଛନ୍ତି । ଏଥିସହ ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ମୋହନ ମାଝୀ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିଛନ୍ତି ।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡି ପଡିଛି, ଜଙ୍ଗଲରାଜ ଚାଲିଛି । ରାଜ୍ୟରେ ସାଇବର କ୍ରାଇମ ବଢୁଛି । ତଦନ୍ତ ଶୂନ । ନାବାଳିକାଙ୍କ ଉପରେ ଅତ୍ୟାଚାର ବଢୁଛି । ଡ୍ରଗ୍ସ ମାଫିଆ ରାଜ୍ୟରେ ରାଜ କରୁଛନ୍ତି । ଏଥିସହ ମନ୍ତ୍ରୀମାନେ ଅପରାଧରେ ସମ୍ପୃକ୍ତ ଅଭିଯୋଗ ଆଣିଛନ୍ତି ନରସିଂହ ।
This trial period may be for a shorter timeframe of 14 days or for one month. cialis generic south africa You can take your time to experience the performance and effect of these supplements through testing up the trials.