(ମହାଭାରତ, ନୂଆଦିଲ୍ଲୀ): ଭାରତରେ ହୁ ହୁ ହୋଇ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଶନିବାର ସୁଦ୍ଧା ୮୪ ଜଣ ଆକ୍ରାନ୍ତ ହୋଇଥିଲେ । ରବିବାର ମଧ୍ୟାହ୍ନ ସୁଦ୍ଧା ଏହି ଭୂତାଣୁ ସଂକ୍ରମଣରେ ଆଉ ୧୨ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ରବିବାର ୧୨ଟା ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଏହି ମହାମାରୀରେ ଏଯାଏ ୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଏଯାଏ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ଭୟଙ୍କର ଭୁତାଣୁନିବାର ସୁଦ୍ଧା ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଏହି ଭାଇରସ ସଂକ୍ରମଣରେ ୫ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ଏକ ଲକ୍ଷ ୩୫ ହଜାରରୁ ଉଦ୍ଧ୍ୱର୍ ଏହି ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି । ଭାରତ ସମେତ ୧୨୧ଟି ଦେଶକୁ ଏହି ଭାଇରସ ବ୍ୟାପିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ମହାମାରୀ ଘୋଷଣା କରିଥିବା ବେଳେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପେ ଦେଶରେ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ସେହିପରି ଭାରତ ସରକକାର ଏହାକୁ ଜାତୀୟ ବିପତ୍ତି ଘୋଷଣା କରିଛନ୍ତି । ଦେଶରେ କରୋନା ବ୍ୟାପୁଥିବା ଦେଖି ଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର, ତେଲେଙ୍ଗାନା, ଉତ୍ତରପ୍ରଦେଶ, କେରଳ, ପଶ୍ଚିମବଙ୍ଗ ଆଦି ଅନେକ ରାଜ୍ୟରେ ସ୍କୁଲ, କଲେଜ, ସପିଂ ମଲ, ସୁଇମିଂ ପୁଲ, ସିନେମା ହଲ୍ ଆଦିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବିପୁଳ ଜନ ସମାଗମକୁ ଏଡାଇବା ପାଇଁ ବିଭିନ୍ନ ସ୍ଥାନରେ ସଭା ସମିତି, ବିବାହ, ବ୍ରତ ଆଦି କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରାଯାଇଛି । ପର୍ଯ୍ୟଟନ ସ୍ଥଳୀଗୁଡିକୁ ବୁଲିବା ପାଇଁ ବିଦେଶୀ ପର୍ଯ୍ୟଟକମାନଙ୍କୁ ବାରଣ କରାଯାଇଛି ।
କରୋନା ଭାଇରସର ଉଗ୍ର ରୂପକୁ ଦେଖି ଭାରତ ସରକାର ସୀମାନ୍ତ ଅଞ୍ଚଳଗୁଡିକୁ ସିଲ କରିବାକୁ ନିଷ୍ପତି ନେଇଛନ୍ତି । ଆଜି ଠାରୁ ପାକିସ୍ତାନ, ବାଂଲାଦେଶ, ନେପାଳ, ଭୂଟାନ ଓ ମିଆଁମାର ସୀମାନରେ ଯିବା ଆସିବା ଉପରେ କଟକଣା ଲଗାଇ ଦିଆଯାଇଛି । ଆଗାମୀ ଆଦେଶ ପର୍ଯ୍ୟନ୍ତ ଭାରତର ପଡୋଶୀ ଦେଶରୁ ସୀମା ଦେଇ କେହି ଆସି ପାରିବେ ନାହିଁ ବୋଲି ଗୃହ ମନ୍ତ୍ରଣାଳୟ କହିଛି । କିନ୍ତୁ ଯଦି କୌଣସି ବାହାର ଦେଶର ପ୍ରତିନିଧି ବା ବରିଷ୍ଠ ନେତା କେହି ଆସିବାକୁ ଚାହାନ୍ତି ତେବେ ତାଙ୍କୁ ଅନୁମତି ଦିଆଯାଇପାରିବ । ମାତ୍ର ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯିବ ବୋଲି ସରକାର କହିଛନ୍ତି । ଏହି ମହାମାରୀରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ମୃତକମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଦିଆଯିବ ବୋଲି ଗୃହ ମନ୍ତ୍ରଣାଳୟ ଘୋଷଣା କରିଛି । ଅନ୍ୟପଟେ, ଇଟାଲୀ ଓ ଇରାନକୁ ଏୟାର ଇଣ୍ଡିଆ ବିମାନ ଉଡାଣ ବନ୍ଦ କରିଦେଇଥିବା ବେଳେ ଘରୋଇ ବିମାନ କମ୍ପାନୀ ମଧ୍ୟପ୍ରାଚ୍ୟ ଦେଶଗୁଡିକୁ ଉଡାଣ ବାତିଲ କରିଛି । ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ଅଧା ରାଜ୍ୟରେ ସ୍କୁଲ, କଲେଜଗୁଡିକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଲୋକେ ବିଦେଶକୁ ନଯିବା ପାଇଁ କେନ୍ଦ୍ର ସରକାର ସାଧାରଣ ଜନତାଙ୍କୁ ଅପିଲ କରିଛନ୍ତି ।
previous post
next post
