ଓଡିଶା

ଆଜିଠୁ ବଦଳିବ ଏହି ନିୟମ

ରିପୋଟର୍ସ ଟୁଡେ ବ୍ୟୁରୋ;-ଆଜିଠୁ ବଦଳିବ ଏହି ନିୟମ । ଯାହା ସାଧାରଣ ଲୋକଙ୍କ ବଜେଟକୁ କିଛି ମାତ୍ରାରେ ପ୍ରଭାବିତ କରିବ । ୧ ସେପ୍ଟେମ୍ବର ପରିବର୍ତ୍ତନ ହେବାକୁ ଥିବା ନିୟମରେ ଏସବିଆଇ କ୍ରେଡିଟ୍ କାର୍ଡ ଶୁଳ୍କ ବୃଦ୍ଧି ଠାରୁ ଆରମ୍ଭ କରି ଆଧାର କାର୍ଡ ଅପଡେଟ୍ ସମ୍ବନ୍ଧରେ ରହିଛି । କିଛି ନିୟମ ସାଧାରଣ ଲୋକଙ୍କସୁବିଧା ପାଇଁ ଥିବା ବେଳେ କିଛି ନିୟମ ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇବ ।
ଆଜିଠୁ କଣ ବଦଳିବ ଜାଣନ୍ତୁ ;-
-ସୁନା ଭଳି ରୁପାର ହଲମାର୍କରୁ ବାଧ୍ୟତାମୂଳକୁ କରିବାକୁ ଯୋଜନା କରୁଛନ୍ତି ସରକାର
-ରୁପାର ଆଭୂଷଣ କିମ୍ବା ସାମଗ୍ରୀ କିଣିବା ଉପରେ ହଲମାର୍କ ବାଧ୍ୟତାମୂଳକ ହେବ ନାହିଁ
-ଏହି ନିୟମ ଆସିଲେ ରୁପାର ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇପାରେ ଏବଂ ରୂପାରେ ନିବେଶକୁ ପ୍ରଭାବିତ କରିପାରେ
-ଅଟୋ ଡେବିଟ୍ ବିଫଳ ହେଲେ ଏସବିଆଇ ପକ୍ଷରୁ ୨ ପ୍ରତିଶତ ଜରିମାନା ଲାଗୁ ହୋଇପାରେ
-ପ୍ରତିମାସ ଭଳି ଏଲପିଜି ଗ୍ୟାସ୍ ସିଲିଣ୍ଡର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ
-ଅର୍ନ୍ତଜାତୀୟ ତେଲ ଦର ଉପରେ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦର ନିର୍ଭର କରେ
-ଗତମାସରେ ଏଲପିଜି ଗ୍ୟାସ୍ ଦର ସ୍ଥିର ରହିଥିଲା
-କିଛି ବ୍ୟାଙ୍କ ଏଟିଏମ୍ ବ୍ୟବହାରକୁ ନେଇ ନୂଆ ନିୟମ ଲାଗୁ କରିପାରନ୍ତି
-ନିର୍ଦ୍ଧାରିତ ସୀମା ଠାରୁ ଅଧିକଥର ଏଟିଏମରୁ ଟଙ୍କା ଉଠାଇଲେ ଅଧିକ ଟ୍ରାଞ୍ଜାକ୍ସନ ଶୁଳ୍କ ଦେବାକୁ ପଡିପାରେ
-ବାରମ୍ବାର ଏଟିଏମରୁ ଟଙ୍କା ଉଠାଉଥିବା ଗ୍ରାହକଙ୍କୁ ଲାଗିପାରେ ଝଟକା
-ମାଗଣାରେ ଆଧାରକାର୍ଡ ଅପଡେଟ୍ କରିବାର ଶେଷ ତାରିଖ ୧୪ ସେପ୍ଟେମ୍ବର ଯାଏଁ ରହିଛି
-ସମସ୍ତ ଡାକ ପୋଷ୍ଟ ଏବେ ସ୍ପିଡ ପୋଷ୍ଟ ଅଧିନକୁ ଆସିବ

Related posts

ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

mahabharatanews

ଗତ ୨୪ ଘଣ୍ଟାରେ ଦେଶରୁ ୩୧୦ ସଂକ୍ରମିତ ଚିହ୍ନଟ

mahabharatanews

ଆଜିଠୁ ପଶ୍ଚିମ ଦ୍ୱାରରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ

mahabharatanews