ଓଡିଶାଭାରତ

ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ବିଶ୍ୱ ପଖାଳ ଦିବସ ପାଳିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ୟୂ ଟେକ୍ କମ୍ପ୍ୟୁଟର ଏଡୁକେସନ୍ ସେଣ୍ଟର୍ ପରିସରରେ ବିଶ୍ୱ ପଖାଳ ଦିବସ ପାଳିତ ହୋଇ ଯାଇଛି। ଯେଉଁତିରେ ଖଣି ଅଧିକାରୀ ଡିପେନ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିନୋଦିନୀ ବିଜ୍ଞାନ କଲେଜର ଅଧ୍ୟକ୍ଷ ମନୋଜ ପଟ୍ଟନାୟକ, ୟୁ ଟେକ କମ୍ପ୍ୟୁଟର ସେଣ୍ଟରର ଲୋକନାଥ ମିଶ୍ର,ଅନୁଷ୍ଠାନର ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତା, ସମ୍ପାଦିକା ତନୁଜା ଶତପଥୀ,ରାମଚନ୍ଦ୍ର ପାଢ଼ୀ ପବ୍ଲିକ ପ୍ରସକ୍ୟୁଟର, ପ୍ରମୁଖ ମଞ୍ଚାସୀନ ଥିଲେ।ବିଭିନ୍ନ ଦୃଷ୍ଟି କୋଣରୁ ବିଚାର କରାଯାଇ ପଖାଳର ଚାହିଦା ଆଞ୍ଚଳିକ ସ୍ତରରୁ ବିଶ୍ଵଦରବାରେ କିଭଳି ରୁଚିବୋଧ ଓ ସମ୍ମାନିତ ହୋଇଛି ପାରିଛି ଓ ପଖାଳ ଖାଇଲେ ଦେହ କିପରି ନିରୋଗୀ ସହ ସ୍ୱାସ୍ଥ୍ୟ ଭଲ ରୁହେ ବୋଲି ବକ୍ତାମାନେ ନିଜର ମତ ପ୍ରକାଶ କରିଥିଲେ। ଏହି ଦିବସ ଉପରେ ଅତିଥି ମାନେ ନିଜର ବକ୍ତବ୍ୟ ରଖିଥିଲେ।ଉତ୍କଳୀୟ ପରମ୍ପରା ଏବଂ ସଂସ୍କୃତିର ପଖାଳ କଂସା ବାସ୍ତବରେ ଋଚିବୋଧ ଏବଂ ଏକତାର ଏକ ଜ୍ୱଳନ୍ତ ନମୁନା। କାଞ୍ଜି ପ୍ରସ୍ତୁତି, ଶାଗ ଭଜା ଓ ବେସର ତରକାରୀ ପ୍ରତିଯୋଗିତା ହୋଇଥିଲା। ଛାତ୍ରୀ ଗୃହିଣୀ ମାନେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପୁରସ୍କାର ଓ ପ୍ରମାଣ ପତ୍ର ଗ୍ରହଣ କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ବିଚିତ୍ରା ନନ୍ଦ ବେହେରା ପରିଚାଳନା ରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରାଯାଇଥିଲା।ଗଜପତି ରୁ ବିବେକାନନ୍ଦ ବେହେରା

Related posts

ବ୍ୟକ୍ତିଙ୍କ ଆଖିକୁ ଲଙ୍କାଗୁଣ୍ଡ ପକାଇ ଲୁଟ ଅଭିଯୋଗ

mahabharatanews

 ଥମୁନି ହାତୀପଲଙ୍କ ଉପଦ୍ରବ

mahabharatanews

ଆଜି ୨୪ ଘଣ୍ଟାରେ ୮୩,୩୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୧୦୯୬ ମୃତ

mahabharatanews