ଓଡିଶା

ଆଜିଠୁ ରୋପୱେର ମଜା ନେଇପାରିବେ ପର୍ଯ୍ୟଟକ 

(ଭୁବନେଶ୍ୱର) :  ଆଜିଠୁ ନନ୍ଦନକାନନରେ ଚାଲିବ ରୋପୱେ । ମାତ୍ର ୧୨୦ ଟଙ୍କାରେ ରୋପୱେର ମଜାନେଇ ପାରିବେ  ପର୍ଯ୍ୟଟକ । ଲୋକ ମାନଙ୍କ ସୁବିଧା ପାଇଁ ରୋପଓ୍ୱେ ର ସ୍ୱତନ୍ତ୍ର ଟିକେଟ କାଉଣ୍ଟର କରାଯାଇଛି । କାଞ୍ଜିଆ ହ୍ରଦ ଉପରେ ଦେଇ ନନ୍ଦନକାନନରୁ ବଟାନିକାଲ ଗାର୍ଡେନ ପର୍ଯ୍ୟନ୍ତ ପ୍ରାୟ ୬୨୦ ମିଟର ଦୂରତାକୁ ଅତିକ୍ରମ କରିବ ଏହି ରୋପୱେ । ଏହାର ଉଚ୍ଚତା ପ୍ରାୟ ୪୦ ମିଟର ରହିଛି ।

ସୂଚନାନୁଯାୟୀ , ଆପଣଙ୍କୁ ଜଣାଇବାକୁ ଚାହିଁବୁ, ରୋପୱେରେ ୧୨ଟି କ୍ୟାବିନର ବ୍ୟବସ୍ଥା ରହିଛି । ପ୍ରତି କ୍ୟାବିନରେ ୬ ଜଣ ଯାତ୍ରୀ ବସିପାରିବେ । ମୋଟ ୭୨ଜଣ ପର୍ଯ୍ୟଟକ ଏକାଥରକେ ବୁଲିବାର ମଜା ନେଇପାରିବେ । ଏହି ରୋପୱେର ନିର୍ମାଣ, ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ କୋଲକାତାର ଏକ ଘରୋଇ ସଂସ୍ଥା ସହିତ ୨୦୨୧ ମସିହାରେ ଚୁକ୍ତି ହୋଇଥିଲା । ୨୦୧୦  ରେ ନନ୍ଦନକାନନର ରୋପୱେରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । 2011 ମସିହାରୁ ଏହା ସମ୍ପୂର୍ଣ୍ଣ ବନ୍ଦ ପଡ଼ିଥିଲା ।

Related posts

ଆଜିଠୁ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ

mahabharatanews

ଆହୁରି ୫ ଦିନ ବର୍ଷିବ

mahabharatanews

ତାତିରୁ ମିଳିବ ତ୍ରାହି, ୨୬ରୁ ରାଜ୍ୟରେ ବଢ଼ିବ ବର୍ଷା

mahabharatanews