ଭାରତ

‘ଡିପ୍‌ଫେକ୍‌’ ଭିଡିଓ ମାମଲା : ଏପରି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

(ଦିଲ୍ଲୀ)  : ଜଣାଶୁଣା ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ କାଜୋଲଙ୍କ ‘ଡିପ୍‌ଫେକ୍‌’ ବିବାଦକୁ ନେଇ ସାରା ଦେଶରେ ଚହଳ ପଡ଼ିଥିବା ବେଳେ ଆଜି ଏନେଇ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ମୋଦିଜି କହିଛନ୍ତି ,  ଯେ ଭାରତ ସାମ୍ନା କରୁଥିବା ବଡ ବଡ ବିପଦମାନଙ୍କ ମଧ୍ୟରୁ ଡିପ୍‌ଫେକ୍‌ ଅନ୍ୟତମ । ସେ କହିଛନ୍ତି ଯେ ଏହା ସମାଜରେ ଅରାଜକତା ସୃଷ୍ଟି କରିପାରେ। ମୋଦୀ ଅପିଲ କରିଛନ୍ତି ଯେ ଏବାବଦରେ ଲୋକ ନିଜେ ସଚେତନ ହେବା ସହ ସମାଜକୁ ଏ ବିଷୟରେ ଜାଗ୍ରତ କରାଇବା ଉଚିତ । ମୋଦୀ କହିଛନ୍ତି ଯେ ଏଆଇକୁ ଅପବ୍ୟବହାର କରି ଡିପ୍‌ଫେକ୍‌ କରାଯାଉଛି । ଆଉ ଉଭୟ ନାଗରିକ ତଥା ଗଣମାଧ୍ୟମ ଅତ୍ୟନ୍ତ ସତର୍କ ହେବା ଆବଶ୍ୟକ।

Related posts

ଦେଶରେ ବ୍ୟାଙ୍କଗୁଡ଼ିକର ମିଶ୍ରଣ କରି ଏକ ବିଶ୍ବସ୍ତରୀୟ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି

mahabharatanews

ଟ୍ରେନ ଦୁର୍ଘଟଣା : ଘଟଣାସ୍ଥଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

mahabharatanews

ମା କାଳୀ ଜଣେ ମାଂସ ଖାଉଥିବା, ମଦ୍ୟପାନ କରୁଥିବା ଦେବୀ ବୋଲି ମତ ରଖିଲେ କଂଗ୍ରେସ ସାଂସଦ

mahabharatanews