ଓଡିଶା

ଆଜି ଆଉ ୧୨୧୫ ନୂଆ କରୋନା ଚିହ୍ନଟ

ଭୁବନେଶ୍ୱର: ରାଜ୍ୟ ସରକାର ଯେତେ ପଦକ୍ଷେପ ନେଲେ ମଧ୍ୟ କରୋନା ସଂକ୍ରମଣ ଥମିବାର ନାମ ନେଉନାହିଁ । ଅବଶ୍ୟ ଗତ ୨ ଦିନ ଠାରୁ ଆଜିର ରିପୋର୍ଟରେ କିଛିଟା କମି ଦେଖା ଯାଉଛି, ତେବେ ଏହା ମଧ୍ୟ କମ ଚନ୍ତାର କାରଣ ହୋଇନାହିଁ । ରାଜ୍ୟରେ ୨୪ ଘଣ୍ଟା ଭିତରେ ୧୨୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟର ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୮୧୦୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୫୩ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୬୨ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ଆଜିର ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମରୁ ୩୩୨ ଥିବା ବେଳେ ଖୋର୍ଦ୍ଧାରୁ ୩୧୨ ରହିଛନ୍ତି । ସେହିପରି ଗଜପତି ଜିଲ୍ଲାରୁ ୮୯ଜଣ, କେନ୍ଦୁଝର ଜିଲ୍ଲାରୁ ୭୭ଜଣ, କୋରାପୁଟ ଜିଲ୍ଲାରୁ ୭୩ଜଣ, କଟକ ଜିଲ୍ଲାରୁ ୬୦ଜଣ, ଜଗତସିଂହପୁର ଜିଲ୍ଲାରୁ ୪୭ଜଣ, ବାଲେଶ୍ୱର ଜିଲ୍ଲାର ୨୯ଜଣ, ରାୟଗଡ଼ା ଜିଲ୍ଲାରୁ ୨୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୨ଜଣ, ବଲାଙ୍ଗୀର ଜିଲ୍ଲା ୨୧ଜଣ ,ଯାଜପୁର ଜିଲ୍ଲାରୁ ୨୦ଜଣ, କନ୍ଧମାଳ, କେନ୍ଦ୍ରାପଡା, ମାଲକାନଗିରି ଜିଲ୍ଲାରୁ ୧୪ଜଣ ଲେଖା, ପୁର,ଅନୁଗୁଳ ଜିଲ୍ଲାର ୧୧ଜଣ ଲେଖା, ବରଗଡ ଜିଲ୍ଲାର ୧୦ଜଣ, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାରୁ ୮ଜଣ, ନୟାଗଡ ଜିଲ୍ଲାରୁ ୭ଜଣ, ଭଦ୍ର, ସୁନ୍ଦରଗଡ, ସୋନପୁର, ଝାରସୁଗୁଡ. ବୌଦ୍ଧ ଜିଲ୍ଲାରୁ ୨ଜଣ ଲେଖା, ଦେଓଗଡ, ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖା ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୮୧୦୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୦୫୪୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୭୩୭୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୪୭୬୫୬୦ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

Related posts

ପଦ୍ମପୁର ଉପନିର୍ବାଚନ : ପ୍ରାର୍ଥୀ ଘୋଷଣା କଲେ ଦୁଇ ଦଳ; ବାକି ରହିଗଲା ବିଜେଡି

mahabharatanews

ଉଚ୍ଛେଦ ବେଳେ କାନ୍ଥ ଭୁଷୁଡି ଜେସିବି ଡ୍ରାଇଭର ଆହତ

mahabharatanews

ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ିଙ୍କୁ କରୋନା

mahabharatanews