ଓଡିଶା

ସପ୍ତାହେ ପାଇଁ କରୁଆ ପଞ୍ଚାୟତର ୪ ୱାର୍ଡ କଣ୍ଟେନମେଣ୍ଟ ଜୋନ

(ଅଜିତ ସାହୁ/ଜଳେଶ୍ୱର): ବାଲେଶ୍ୱର ଜିଲାରେ କରୋନା ସ୍ଥିତି କ୍ରମଶଃ ବିଗିଡିବାରେ ଲାଗିଛି । ଆଜି ସୁଦ୍ଧା ବସ୍ତା ବ୍ଲକରେ ମୋଟ ୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୦ ତାରିଖ କରୁଆ ଓ ସିଂଲା ପଂଚାୟତର ମଧ୍ୟବର୍ତ୍ତୀ ଅଞ୍ଚଳରୁ ଜଣେ ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିଲା । ଗତକାଲି କରୁଆ ପଂଚାୟତରେ ୨୫ଜଣଙ୍କର ନମୂନା ପରୀକ୍ଷା କରାଯାଇଥିଲା। ସେଥିରୁ କରୁଆ ଅଞ୍ଚଳରୁ ୪ ଏବଂ ସିଂଲା ଅଞ୍ଚଳରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆଜି ସକାଳ ୫ଟାରୁ ଆସନ୍ତା ମାସ ତିନି ତାରିଖ ସକାଳ ୫ଟା ପର୍ୟ୍ୟନ୍ତ କରୁଆ ପଂଚାୟତର ୧,୨,୩,୪ନମ୍ବର ୱାର୍ଡକୁ ସମ୍ପୃଣ୍ଣ କଣ୍ଟେନମେଣ୍ଟ ଯୋନ ଭାବେ ଘୋଷଣା କରା ଯାଇଛି। ଘଟଣାସ୍ଥଳରେ ବସ୍ତା ତହସିଲଦାର କାର୍ତିକ ଚନ୍ଦ୍ର ଦାସ, ବସ୍ତା ବିଡ଼ିଓ କୁକୁମିନା ଦାସ, ବସ୍ତା ଗୋଷ୍ଠି ଚିକତ୍ସା ଅଧିକାରୀ ଡ଼ା.ଦେବବ୍ରତ ଜେନା, ଡ଼ା. ଆଶିଷ କୁମାର ବିଶ୍ୱାଳଙ୍କ ସହିତ ମେଡିକାଲ ଟିମ , ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଦାମୋଦର ଜେନା ପ୍ରମୁଖ ଉପସ୍ଥିତ ରହି ଆମ୍ବୁଲାନ୍ସ ଯୋଗେ ଆକ୍ରାନ୍ତ ମାନଙ୍କୁ କୋଭିଡ କେୟାର ସେଣ୍ଟରକୁ ପଠଇବା ସହ ସେଠାକାର ସ୍ଥିତି ବୁଲି ଦେଖିଥିଲେ।

Related posts

 ଶ୍ରୀମନ୍ଦିରରେ ମୁଖ୍ୟମନ୍ତ୍ରୀଙ୍କ ଆଖି ଛଳ ଛଳ 

mahabharatanews

ଜଳେଶ୍ୱରରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର

mahabharatanews

ପାତାଳୀ ମହୋତ୍ସବରେ ମହିଳାଙ୍କ କଳସ ଶୋଭାଯାତ୍ରା

mahabharatanews