ଓଡିଶା

ଆଜି ପବିତ୍ର ଭଉଁରୀ ଯାତ୍ରା

ପୁରୀ : ଆଜି ହେଉଛି ପବିତ୍ର ଭଉଁରୀ ଯାତ୍ରା । ରଥ ଖଳାରେ ତିନି ରଥର ଚକଡେରା ଅନୁକୂଳ ହେବ । ତିନି ରଥର ନାହାକା ଚକ ଓ ଅଖ ପ୍ରସ୍ତୁତି ଶେଷ ହୋଇଛି । ପବିତ୍ର ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ଆରମ୍ଭ ହୋଇଛି । ଅନ୍ୟାନ୍ୟ ନିର୍ମାଣ କାମ ମଧ୍ୟ ଜାରି ରହିଛି । ପରମ୍ପରା ଅନୁଯାୟୀ ତିନୋଟି ରଥର ଦୁଇଟି ଚକରେ ଗୋଟିଏ ଲେଖାଏଁ ଅଖ ସଂଯୋଗ ହୋଇ ଚକ ଅଖ ଡେରା ନୀତି ସମ୍ପାଦନ କରାଯିବ । ତିନି ରଥର ୪୨ଟି ଚକରୁ ୧୯ଟି ଚକ କାମ ଶେଷ ହୋଇଛି । ତାଳଧ୍ୱଜ ରଥର ୭ଟ. ଦେବଦଳନ ରଥର ୫ଟି ଓ ନନ୍ଦିଘୋଷ ରଥର ୭ଟି ଚକ ରହିଛି । ତିନି ରଥର ୪ଟି ଲେଖାଏଁ ଭୂଇଁ ଚଉତା କାଠ ଚଉପଟ ଶେଷ ହୋଇଛି ।

ତିନି ରଥର ୪ଟି ଲେଖାଏଁ ମୋଟ୍ ୧୨ ଖଣ୍ଡ ଦଉଡି ଆସି ପହଂଚିଥିବା ବେଳେ ଏହାର ଲମ୍ବ ୨୨୦ ଫୁଟ ବୋଲି ଜଣାପଡ଼ିଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ନୀତି ବଢିବା ପରେ ତିନି ବାଡ଼ରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ରଥ ଖଳାରେ ବିଜେ କରିବେ । ଆଜ୍ଞା ମାଳ ବିଜେ ପରେ ବିଜେ କାହାଳି ବାଜି ଚକ ଅଖ ଡେରା ନୀତି ସମ୍ପର୍ଣ କରାଯିବ । ରଥଯାତ୍ରା ପୂର୍ବରୁ ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନର ଦଉଡି ଆସି ଶ୍ରୀକ୍ଷେତ୍ରରେ ପହଂଚିଛି ।

Related posts

ବାଦ ପଡିଥିବା ୨୨% ମହିଳାଙ୍କୁ ଆସନ୍ତା କାଲି ମିଳିବ ‘ସୁଭଦ୍ରା’ ଟଙ୍କା

mahabharatanews

ସୋମବାର ଠୁ ୧୬ ରୁଟରେ ଗଡିବ ମୋ ବସ୍

mahabharatanews

ବସ ଦୁର୍ଘଟଣାରେ  ବାଇକ ଆରୋହୀ ମୃତ, ଜଣେ ଗୁରୁତର

mahabharatanews