ଓଡିଶା

ଆଜି ପଶ୍ଚିମ ଓଡ଼ିଶା ମହାବନ୍ଦ ଡାକରା

(ବଲାଙ୍ଗିର) :  ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡ଼ିଶା ମହାବନ୍ଦ ଡାକରା । ସଂଯୁକ୍ତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୧ ଜିଲ୍ଲା ମହାବନ୍ଦ ଡାକରା ଦିଆଯାଇଛି । ପଶ୍ଚମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ, ଭାଷାକୁ ବିରୋଧ ଅଭିଯୋଗ ଆଣି ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବି କରାଯାଉଛି । ଏନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାନୁଯାୟୀ , ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକଘର ଫାଟକରେ ତାଲା ପକାଯିବା ସହ ପିକେଟିଂ ଏବଂ ଗାଡ଼ିମୋଟର ବନ୍ଦ କଲେ ଆନ୍ଦୋଳନକାରୀ । ବେଲପାଟଣା ଓ ଖପ୍ରାଖୋଲ ବ୍ଲକରେ ମଧ୍ୟ ଗାଡ଼ି ଚଳାଚଳ ବନ୍ଦ କରାଯାଇଛି । ସୁବର୍ଣ୍ଣପୁରର ରାମପୁର, ଡୁଙ୍ଗୁରିପାଳିରେ ମଧ୍ୟ ରାସ୍ତାର ଅବରୋଧ କରାଯାଇଥିବା ବେଳେ ଭବାନୀପାଟଣା, କେସିଙ୍ଗାରେ ଘରୋଇ ବସ୍ ଚଳାଚଳ ମଧ୍ୟ ବନ୍ଦ କରାଯାଇଛି । ସେହିପରି ସମ୍ବଲପୁର ରେଢାଖୋଲରେ ଏନଏଚ ଅବରୋଧ କରାଯିବା କାରଣରୁ ଅଟକିରହିଛି ଗାଡିମୋଟର । ଦୋକାନ ବଜାର ବନ୍ଦ ସହ ଗାଡ଼ିମୋଟର ଚଳାଚଳ ବନ୍ଦ କରାଯାଇଛି ।

Related posts

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

mahabharatanews

ଆସନ୍ତା ୨୪ ଘଣ୍ଟା ଅତି ପ୍ରବଳ ବର୍ଷା; ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 

mahabharatanews

ବର୍ଷର ଆଜି ଶେଷ ଚନ୍ଦ୍ରଗ୍ରହଣ

mahabharatanews