ଓଡିଶା

ଆଜି ରାଜ୍ୟରୁ ୧୩୮୪ ସଂକ୍ରମିତ ଚିହ୍ନଟ

ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମିତ ଥମିବାର ନାମ ନେଉନାହିଁ। ରାଜ୍ୟରୁ ଆଜି ପୁଣି ୧୩୮୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୭୩ କ୍ବାରେଣ୍ଟାଇନ ସେଣ୍ଟରରୁ ଓ ୫୧୧ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଫଳରେ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬ ହଜାର ୨୯୭ ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି ।
ଆଜିର ୧୩୮୪ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ୩୩୧ଜଣ, ଖୋର୍ଦ୍ଧା ଜିଲାରୁ ୨୧୧ଜଣ, ଅନୁଗୁଳ ଜିଲାରୁ ୧୫ଜଣ, ବାଲେଶ୍ୱର ଜିଲାରୁ ୭୯ଜଣ, ବରଗଡ଼ ଜିଲାରୁ ୩୩ଜଣ, ଭଦ୍ରକ ଜିଲାରୁ ୨୫ଜଣ, ବଲାଙ୍ଗୀର ଜିଲାରୁ ୫୧ଜଣ, କଟକ ଜିଲାରୁ ୮୯ଜଣ, ଢେଙ୍କାନାଳ ଜିଲାରୁ ୧୧ଜଣ, ଗଜପତି ଜିଲାରୁ ୬୧ଜଣ, ଜଗତସିଂହପୁର ଜିଲାରୁ ୨୨ଜଣ, ଯାଜପୁର ଜିଲାରୁ ୧୮ଜଣ, ଝାରସୁଗୁଡ଼ା ଜିଲାରୁ ୭ଜଣ, କଳାହାଣ୍ଡି ଜିଲାରୁ ୪ଜଣ , କେନ୍ଦ୍ରାପଡା ଜିଲାରୁ ୧୧ଜଣ, କୋରାପୁଟ ଜିଲାରୁ ୯୭ଜଣ, ମାଲକାନଗିରିଜିଲାରୁ ୩୯ଜଣ, ମୟୁରଭଞ୍ଜ ଜିଲାରୁ ୨୯ଜଣ, ନବରଙ୍ଗପୁରଜିଲାରୁ ୨୬ଜଣ, ନୟାଗଡ଼ ଜିଲାରୁ୨୨ଜଣ, ନୂଆପଡ଼ା ଜିଲାରୁ ୫ଜଣ, ପୁରୀ ଜିଲାରୁ ୧୭ଜଣ, ରାୟଗଡ଼ା ଜିଲାରୁ ୩୮ଜଣ, ସମ୍ବଲପୁର ଜିଲାରୁ ୯୩ଜଣ, ସୋନପୁରଜିଲାରୁ ୬ଜଣ, ସୁନ୍ଦରଗଡ଼ଜିଲାରୁ ୪୬ଜଣ ରହିଛନ୍ତି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୫ ଲକ୍ଷ ୫୬ ହଜାର ୫୮୮ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୩୬ ହଜାର ୨୯୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୧ ହଜାର ୯୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୯୭ ଜଣ ଆକ୍ରାନ୍ତଙ୍କର କରୋନାରେ ମୃତ୍ୟୁ ହୋଇଛି ଏବଂ ୩୭ ଜଣ ଆକ୍ରାନ୍ତଙ୍କ ଅନ୍ୟ ରୋଗ କାରଣରୁ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪ ହଜାର ୯୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Related posts

ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୩ରେ ଗଞ୍ଜାମ ଜିଲ୍ଲା ତଥା ହିଞ୍ଜିଳି ବ୍ଲକକୁ ଶ୍ରେଷ୍ଠ ପୁରସ୍କାର

mahabharatanews

ବର୍ଷାରେ ଭିଜୁଛି ରାଜ୍ୟ, ୪ ଦିନ ବର୍ଷାରୁ ନାହିଁ ନିସ୍ତାର

mahabharatanews

ବାଳିକା ହଷ୍ଟେଲରୁ ୩ ଛାତ୍ରୀ ନିଖୋଜ

mahabharatanews