ଅପରାଧଓଡିଶା

ବାଳିକା ହଷ୍ଟେଲରୁ ୩ ଛାତ୍ରୀ ନିଖୋଜ

ସମ୍ବଲପୁର:- ବାଳିକା ହଷ୍ଟେଲରୁ ୩ ଛାତ୍ରୀ ନିଖୋଜ । ଛାତ୍ରୀଙ୍କ ନିଖୋଜକୁ ନେଇ, ଗୋବିନ୍ଦପୁର ଥାନାରେ ମାମଲା ରୁଜୁ । ସୂଚନା ଅନୁଶାରେ ଗତକାଲି ଠାରୁ, ସମ୍ବଲପୁର ବାମରା ବ୍ଲକ ଗୋବିନ୍ଦପୁରସ୍ଥିତ ସରକାରୀ ବାଳିକା ହଷ୍ଟେଲରୁ ୩ ଜଣ ଛାତ୍ରୀ ନିଖୋଜ ଅଛନ୍ତି । ଯାହାପରେ ଏବେ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଆଧାରରେ, ତଦନ୍ତ କରୁଛି ଗୋବିନ୍ଦପୁର ପୋଲିସ । ଗତକାଲି ଅପରାହ୍ନରେ ନବମ ଶ୍ରେଣୀର ୨ ଜଣ ଛାତ୍ରୀ ଓ ଦଶମ ଶ୍ରେଣୀର ଜଣେ ଛାତ୍ରୀ, କାହାରିକୁ କିଛି ନଜଣାଇ ହଷ୍ଟେଲରୁ ଚାଲିଯାଇଥିବା ଅଭିଯୋଗ ହୋଇଛି । ଏପଟେ ହଷ୍ଟେଲ ୱାର୍ଡନଙ୍କ ଠାରୁ ସୂଚନା ପାଇ, ନିଖୋଜ ଛାତ୍ରୀଙ୍କ ଅଭିଭାବକ ମାନେ ମଧ୍ୟ ଗୋବିନ୍ଦପୁର ଥାନାରେ ଆସି ପହଞ୍ଚିଥିଲେ । ହଷ୍ଟେଲରେ ଛାତ୍ରୀଙ୍କ ସୁରକ୍ଷା ପାଇ ୱାର୍ଡେନ ନିଯୁକ୍ତ ଥିବା ସତ୍ତ୍ଵେ ଛାତ୍ରୀ କିପରି ବାହାରକୁ ଗଲେ ବୋଲି ପ୍ରଶ୍ନ କରିଥିଲେ । ଅନ୍ୟପଟେ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ବେହେରା ଆଖ ପାଖରେ ଲାଗିଥିବା CC ଟିଭିକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛନ୍ତି ।

Related posts

ବାଣ ଦୋକାନୀଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ

mahabharatanews

୪ ଜଣ ପୋଲିସ କର୍ମଚାରୀ ଦୁଷ୍କର୍ମ କରିଥିବା ଅଭିଯୋଗ

mahabharatanews

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ପୁରସ୍କାର

mahabharatanews