ଓଡିଶା

ଆତଙ୍କୀ ଗ୍ରେନେଡ ମାଡ: ୫ ଆହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ବଡଗାମରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡରେ ଜଣେ ସିଆରପିଏଫ ଯବାନଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି । ଆତଙ୍କବାଦୀମାନେ ମଙ୍ଗଳବାର ଆକ୍ରମଣ କରିଥିଲେ । ଏଥିରେ ମୋଟ ୫ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ ସୁରକ୍ଷାକର୍ମୀମାନେ ଅଞ୍ଚଳକୁ ସିଲ୍‌ କରି ସର୍ଚ୍ଚ ଅପରେଶନ ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ, ସୋମବାର ଉତ୍ତର କାଶ୍ମୀରର କୁପୱାଡ଼ା ଜିଲାରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ସିଆରପିଏଫର ୩ ଯବାନ ଶହୀଦ ହୋଇଥିଲେ। ଅନ୍ୟ ୪ ଜଣ ଯବାନ ଆହତ ହୋଇଥିଲେ। କାରରେ ଆସିଥିବା ଆତଙ୍କବାଦୀମାନେ ସିଆରପିଏଫ ଯବାନଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଯବାନଙ୍କ ପାଲଟା ଆକ୍ରମଣ ଯୋଗୁ ସେମାନେ ଫେରାର ହୋଇଯାଇଥିଲେ।

Related posts

ବିରୋଧୀଙ୍କୁ କଡା ଜବାବ ଦେଲେ ନବୀନ

mahabharatanews

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ

mahabharatanews

ମହାମାୟୀ ମହିଳା କଲେଜରେ ମୋବାଇଲ ନିଷେଧ

mahabharatanews