ଓଡିଶା

ବିରୋଧୀଙ୍କୁ କଡା ଜବାବ ଦେଲେ ନବୀନ

(ଭୁବନେଶ୍ୱର) : ବିରୋଧୀଙ୍କୁ କଡା ଜବାବ ଦେଲେ ନବୀନ । ପୁଣି ନିଆଁରା ଢ଼ଙ୍ଗରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନୀ ସଭାରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଛ କହିବାର ସୀମା ଥାଏ । ବିଜେପି ମିଛ କହିବାର ସୀମା ଟପିଯାଇଛି । ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ମାସେ ହେବ ରାଜ୍ୟବ୍ୟାପୀ ପ୍ରଚାର କରୁଛି । ଏଭଳି କହି ବିଜେପିକୁ କଡା ଜବାବ ଦେଇଛନ୍ତି ନବୀନ ।

ସୂଚନାନୁଯାୟୀ , ଏହାପୂର୍ବରୁ ବିଜେପିର ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ୱ ନବୀନଙ୍କ ସ୍ୱାସ୍ଥ୍ର୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଉଥିଲେ । ଏପରିକି ନବୀନ ବିଶ୍ରାମ ନିଅନ୍ତୁ ବୋଲି ବିଭିନ୍ନ ସଭାରେ କହୁଥିଲେ । ଯାହାର କଡା ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Related posts

ଆଜି ରାଜ୍ୟର ୧୪ ଜିଲ୍ଲାରୁ ୧୩୬ ନୂତନ ପଜିଟିଭ ଚିହ୍ନଟ

mahabharatanews

୫ ବାଲି ବୋଝେଇ ଟ୍ରାକ୍ଟରରୁ ୧ଲକ୍ଷ ଟଙ୍କା ଜରିମାନା

mahabharatanews

ବନ୍ଦ ହେଲା ହୀରାକୁଦ ଗେଟ,ମଧ୍ୟମ ଧରଣର ବନ୍ୟା ଆଶଙ୍କା

mahabharatanews