ଓଡିଶା

ଆନନ୍ଦପୁରରେ ରାଜ୍ୟ ସାମ୍ବାଦିକ ସଂଘ ଆହ୍ବାନରେ ଜିଲ୍ଲା ଜାକ୍ ସଂଘ ଗଠିତ

ଆନନ୍ଦପୁର: ରାଜ୍ୟ ସାମ୍ବାଦିକ ସଂଘ ଆହ୍ବାନ କ୍ରମେ କେନ୍ଦୁଝର ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କାର୍ୟ୍ୟରତ ଆଗଧାଡିର ସାମ୍ବାଦିକ ମାନଙ୍କୁ ନେଇ ଆନନ୍ଦପୁର ଉପଖଣ୍ଡ ଶାଳପଡାସ୍ଥିତ ଜଳସେଚନ ବଙ୍ଗଳା ଠାରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।ଏହି ବୈଠକରେ ରାଜ୍ୟ ସାମ୍ବାଦିକ ସଂଘ ସଭାପତି କୈଳାସଚନ୍ଦ୍ର ନାୟକ ଯୋଗଦେଇ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ,ବିମା ପେନସନ୍ ସହ ସ୍ବତନ୍ତ୍ର ପାଣ୍ଠି ଗଠନ ଦିଗରେ ନିଜର ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ସାମ୍ବାଦିକ ସଂଘ ସଭାପତି ସୁବାଷ ଧଳ,ସାଧାରଣ ସମ୍ପାଦକ ଅବିନେଶ୍ବର ଶତପଥି ପ୍ରମୂଖ ଯୋଗ ଦେଇ ଜିଲ୍ଲା ସାମ୍ବାଦିକ ସଂଘ ଗଠନ ଉପରେ ମତ ରଖିଥିଲେ ।

ସୁବାଷ ଧଳଙ୍କ ପରାମର୍ଶ କ୍ରମେ ଜୋନାଲିଷ୍ଟ ଆସୋସିଏସନ୍ସ ଅଫ କେନ୍ଦୁଝର (ଜାକ୍ ) ନାମରେ ଏକ ଜିଲ୍ଲା ସାମ୍ବାଦିକ ସଂଘ ଗଠନ କରାଯାଇଥିଲା ।ସର୍ବ ସମ୍ମତିକ୍ରମେ ସଭାପତି ରୁପେ ବିନୟ ଭୂଷଣ ପଟ୍ଟନାୟକ,କାର୍ୟ୍ୟକାରୀ ସଭାପତି ଭାବେ ମୋହନମୂର୍ତ୍ତୀ ମହାରଣା,ଉପସଭାପତି ସ୍ବପ୍ନେଶ୍ବର ପଣ୍ତା,ଅକ୍ଷୟ ପ୍ରଧାନ,ସାଧାରଣ ସମ୍ପାଦକ ଶ୍ରୀକୁମାର ମିଶ୍ର,ସଂଗଠକ ସମ୍ପାଦକ ଚଣ୍ତୀପ୍ରସାଦ ପଟ୍ଟନାୟକ,ସମ୍ପାଦକ ଅବିନାଶ ଶତପଥି,ସନ୍ତୋଷ ପତି କୋଷାଧ୍ୟକ୍ଷ ପାର୍ଥସାରଥୀ ମିଶ୍ର, କାର୍ୟ୍ୟ କାରିଣୀ ସଦସ୍ୟ ଭାବେ ନାରାୟଣ ସାହୁ,ସତ୍ୟଜିତ ସାହୁ,ସୁଢଳକୁମାର ସେଠୀ,ଶଶୀଭୂଷଣ ସିଂ,ବ୍ରଜକିଶୋର ରାୟ, ସବ ଡିଭିଜନ ଆବାହକ ଭାବେ ଉପେନ୍ଦ୍ର ସାହୁ,ଉମାକାନ୍ତ ସାହୁ , ଜିଲ୍ଲା କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଭାବେ ରଂଜନକୁମାର ସାହୁ ଏଥିସହ ରାଜ୍ୟ କାର୍ୟ୍ୟକାରିଣୀ ସଭ୍ୟ ଭାବେ ସଂଜୟକୁମାର ସାହୁ,ଦିଲ୍ଲିପକୁମାର ମିଶ୍ର,ଅରୁଣକୁମାର ମହାନ୍ତ ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା । ଏହି ବୈଠକରେ କେନ୍ଦୁଝର ଜିଲ୍ଲାରେ କାର୍ୟ୍ୟରତ ଅନେକ ସାମ୍ବାଦିକ ଯୋଗ ଦେଇ ନିଜ ନିଜ ମଧ୍ୟରେ ଭାବ ଆଦାନ ପ୍ରଦାନ କରିବା ସହ ନିଜ ନିଜ ମଧ୍ୟରେ ଭାଇଚାରା ବଜାୟ ରଖିବାକୁ ସଂକଳ୍ପିତ ହୋଇଥିଲେ ।

Related posts

 ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା;  ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ  ନିର୍ଦ୍ଦେଶ

mahabharatanews

ଆଜି ମହାବିଷୁବ ସଂକ୍ରାନ୍ତି 

mahabharatanews

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଡକ୍ଟର ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ 

mahabharatanews