ଓଡିଶାଶିକ୍ଷା

ଲୋକ ମହୋତ୍ସବ ମଣ୍ଡେଇ କବିତା ପାଠ ଅନୁଷ୍ଠିତ

ନବରଙ୍ଗପୁର : ଉମରକୋଟ ଗୋଷ୍ଠୀ ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ନବରଙ୍ଗପୁର ଜିଲ୍ଲା ଲୋକ ମହୋତ୍ସବ ମଣ୍ଡେଇ କବିତା ପାଠ ଅନୁଷ୍ଠିତ ହୋଇ ଯାଇଛି । କବିତା ପାଠ ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀଯୁକ୍ତ ବଲ୍ଲଭ କୁମାର ରାଉତ ସଭାପତିତ୍ବ କରିଥିବା ବେଳେ,ପେନ୍ଡ୍ରାଣୀ ମହା ବିଦ୍ୟାଳୟର ପ୍ରାଧ୍ୟାପକ ଡଃ ଶେଷାନନ୍ଦ ମିଶ୍ର ମୁଖ୍ୟ ଅତିଥି ଭାବେ, ପ୍ରେରଣା ପତ୍ରିକାର ମୁଖ୍ୟ ସମ୍ପାଦକ ଶ୍ରୀ ଟୁଟୁ ବାବୁ ପଟ୍ଟନାୟକ ବରେଣ୍ୟ ଅତିଥି, ଚାନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମରାଜ୍ ମାଝୀ ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବେ ବନ ସୁରଭି ପତ୍ରିକାର ସହ ସମ୍ପାଦିକା ଶ୍ରୀମତୀ ପ୍ରଭାତୀ ଦେବନାଥ, ଗୋଷ୍ଠୀ ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ମିତ୍ର କୁମାର ଶର୍ମା ସାରସ୍ଵତ ପତ୍ରିକାର ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ କୁମାର ରାଉତ ଯୋଗ ଦେଇଥି ଲେ । ଶ୍ରୀମତୀ ମଧୁସ୍ମିତା ମହାରଣା, ଶ୍ରୀମତୀ ଗୁରୁଦାସୀ ମଣ୍ଡଳ ଓ ଶ୍ରୀ ସୁରେଶ କୁମାର ଆଚାର୍ୟ୍ୟ କବିତା ଗୁଡ଼ିକ ସଂଯୋଜନା କରିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ଶ୍ରୀ ସମୀର କୁମାର ପ୍ରଧାନ ଅତିଥି ମାନଙ୍କୁ ମଞ୍ଚକୁ ଆହ୍ବାନ କରିଥିବା ବେଳେ ଶ୍ରୀ ବିବେକ ନନ୍ଦ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ । ଶ୍ରୀ ଗଣେଶ ପ୍ରସାଦ ରଣ ଧନ୍ୟବାଦ ଦେଇଥିଲେ। ଏହୀ କବିତା ପାଠ ଉତ୍ସବରେ ୬୫ ଜଣ କବି ଅଂଶ ଗ୍ରହଣ କରି ଥିଲେ ।

Related posts

ପ୍ରବାସୀ ଓଡିଆଙ୍କ ରିପୋର୍ଟ ନେଗେଟିଭ ଆସିଲେ ସେମାନଙ୍କୁ ଆଣିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

mahabharatanews

ସ୍ୱାସ୍ଥ୍ୟକେନ୍ଦ୍ର ନଳକୂପ ଅଚଳ

mahabharatanews

ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଜଣେ ମୃତ ଚାରୀ ଗୁରୁତର

mahabharatanews