ଓଡିଶା

ଆସନ୍ତାକାଲି ପାଳନ ହେବ ଇଦ୍‌

(ମହାଭାରତ/ଭୁବନେଶ୍ୱର): ଆସନ୍ତାକାଲି ପାଳନ ହେବ ଇଦ୍ । ଆସନ୍ତାକାଲି ଶେଷ ରୋଜା ରଖିବା ପରେ ସନ୍ଧ୍ୟାରେ ଚାନ୍ଦ ଦେଖି ରୋଜା ଭାଙ୍ଗିବେ ମୁସଲମାନ ଭାଇ ଭଉଣୀମାନେ । ସୋମବାର ପବିତ୍ର ଇଦ୍‌ ପର୍ବ ପାଳନ ହେବ ବୋଲି ଚାନ୍ଦ କମିଟି ଅଧ୍ୟକ୍ଷ ମୁଫ୍‌ତି ୱଜୁଉଲ୍‌ କମର୍‌ ସୂଚନା ଦେଇଛନ୍ତି । ଗତ ଏପ୍ରିଲ୍‌ ୨୫ ତାରିଖରୁ ପ୍ରଥମ ରୋଜା ରଖି ରମ୍‌ଜାନ୍‌ ପର୍ବ ପାଳନ କରିଥିଲେ ସମସ୍ତ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନେ । ତେବେ କରୋନା ପାଇଁ ସବୁ ପର୍ବପର୍ବାଣି ପରି ପବିତ୍ର ଇଦ୍‌ ଫିକା ପଡିବ ବୋଲି ଆଶଙ୍କା କରାଯାଉଛି । ତେବେ ଆସନ୍ତାକାଲି ଚାନ୍ଦ କମିଟିର ନିଷ୍ପତ୍ତି କ୍ରମେ ଇଦ୍‌ ପାଳନ ସହ ଘରେ ନମାଜ ପାଠ ହେବ ବୋଲି ଚାନ୍ଦ୍‌ କମିଟି ପକ୍ଷରୁ ସୂଚନା ମିଳିଛି । କରୋନା ସଂକ୍ରମଣ ଆଶଙ୍କାରେ ଧାର୍ମିକ ପ୍ରତିଷ୍ଠାନଗୁଡିକ ବନ୍ଦ ଥିବାରୁ ଯଦିଓ ସମୂହ ନମାଜ ପାଠ ପାଇଁ ବିଭିନ୍ନ ମୁସଲମାନ ସଂଗଠନ ପକ୍ଷରୁ ଦାବି କରାଯାଉଛି, ହେଲେ ଏଯାବତ୍‌ ଜିଲ୍ଲା ପ୍ରଶାସନ ପକ୍ଷରୁ ନମାଜ ପାଠ ସଂପର୍କରେ ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

Related posts

ନିସ୍ଵାର୍ଥ ପରିବାର ତରଫରୁ କରୋନା ମୁକାବିଲା ପାଇଁ ନିସ୍ଵାର୍ଥ ସେବା

mahabharatanews

ପରୀକ୍ଷାର୍ଥୀଙ୍କ ଜୀବନ ସହିତ ସଂଘାତିକ ଖେଳ

mahabharatanews

ଆଠଗଡ଼ ଗଡ଼ଜାତର ପ୍ରସିଦ୍ଧ ପଞ୍ଚୁ ଦୋଳ ଯାତ୍ରା ଅନୁଷ୍ଠିତ

mahabharatanews