ଓଡିଶା

ଆସନ୍ତାକାଲି ପାଳନ ହେବ ଇଦ୍‌

(ମହାଭାରତ/ଭୁବନେଶ୍ୱର): ଆସନ୍ତାକାଲି ପାଳନ ହେବ ଇଦ୍ । ଆସନ୍ତାକାଲି ଶେଷ ରୋଜା ରଖିବା ପରେ ସନ୍ଧ୍ୟାରେ ଚାନ୍ଦ ଦେଖି ରୋଜା ଭାଙ୍ଗିବେ ମୁସଲମାନ ଭାଇ ଭଉଣୀମାନେ । ସୋମବାର ପବିତ୍ର ଇଦ୍‌ ପର୍ବ ପାଳନ ହେବ ବୋଲି ଚାନ୍ଦ କମିଟି ଅଧ୍ୟକ୍ଷ ମୁଫ୍‌ତି ୱଜୁଉଲ୍‌ କମର୍‌ ସୂଚନା ଦେଇଛନ୍ତି । ଗତ ଏପ୍ରିଲ୍‌ ୨୫ ତାରିଖରୁ ପ୍ରଥମ ରୋଜା ରଖି ରମ୍‌ଜାନ୍‌ ପର୍ବ ପାଳନ କରିଥିଲେ ସମସ୍ତ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନେ । ତେବେ କରୋନା ପାଇଁ ସବୁ ପର୍ବପର୍ବାଣି ପରି ପବିତ୍ର ଇଦ୍‌ ଫିକା ପଡିବ ବୋଲି ଆଶଙ୍କା କରାଯାଉଛି । ତେବେ ଆସନ୍ତାକାଲି ଚାନ୍ଦ କମିଟିର ନିଷ୍ପତ୍ତି କ୍ରମେ ଇଦ୍‌ ପାଳନ ସହ ଘରେ ନମାଜ ପାଠ ହେବ ବୋଲି ଚାନ୍ଦ୍‌ କମିଟି ପକ୍ଷରୁ ସୂଚନା ମିଳିଛି । କରୋନା ସଂକ୍ରମଣ ଆଶଙ୍କାରେ ଧାର୍ମିକ ପ୍ରତିଷ୍ଠାନଗୁଡିକ ବନ୍ଦ ଥିବାରୁ ଯଦିଓ ସମୂହ ନମାଜ ପାଠ ପାଇଁ ବିଭିନ୍ନ ମୁସଲମାନ ସଂଗଠନ ପକ୍ଷରୁ ଦାବି କରାଯାଉଛି, ହେଲେ ଏଯାବତ୍‌ ଜିଲ୍ଲା ପ୍ରଶାସନ ପକ୍ଷରୁ ନମାଜ ପାଠ ସଂପର୍କରେ ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

Related posts

ବିବାହିତା ମହିଳାଙ୍କୁ ବିବାହ ପ୍ରଲୋଭନ ଦେଖାଇ ରଖୁଥିଲେ ଶାରୀରିକ ସମ୍ପର୍କ

mahabharatanews

ଆଜିଠୁ ବାରବାଟୀ କାଉଣ୍ଟରରେ ଲିଲେଣ୍ଡ୍ସ ଲିଗ୍ କ୍ରିକେଟ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ

mahabharatanews

ଖଣ୍ଡିହୁଡି ତାରିଣୀ ମନ୍ଦିର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

mahabharatanews