ଓଡିଶା

ଆଠଗଡ଼ ଗଡ଼ଜାତର ପ୍ରସିଦ୍ଧ ପଞ୍ଚୁ ଦୋଳ ଯାତ୍ରା ଅନୁଷ୍ଠିତ


କଟକ ଜିଲ୍ଲା ଆଠଗଡ଼ ଗଡ଼ଜାତର ପ୍ରସିଦ୍ଧ ପଞ୍ଚୁ ଦୋଳ ଯାତ୍ରା ପାଇଁ ଶ୍ରୀ ରାଧା ଗୋବିନ୍ଦ ଜୀୟୁଙ୍କ ମନ୍ଦିର ପରିସରରେ ଏକାଠି ହୋଇଛନ୍ତି ପ୍ରାୟ 55ରୁ ଉର୍ଦ୍ଧ ବିମାନ।  ଆଖପାଖ ବିଭିନ୍ନ ଗ୍ରାମ ସହିତ ନବେଢା ନଦୀକୂଳ ଅଞ୍ଚଳର ଗ୍ରାମ ମାନଙ୍କର ଆରାଧ୍ୟ ଠାକୁରମାନେ ସୁସଜ୍ଜିତ ବିମାନରେ ଶୋଭାଯାତ୍ରାରେ ସାମିଲ ହୋଇ ସହର ପରିକ୍ରମା କରିବା ସହିତ ଦୁର୍ଗା ବଜାର ସ୍ଥିତ ଦୋଳ ମଣ୍ଡପରେ ଦର୍ଶନ ଦେଇଥିଲେ। ସନ୍ଧ୍ୟାରେ ଯଜ୍ଞ ନାରାୟଣ ମନ୍ଦିରରେ ଭେଟ ଆଳତୀ ଏବଂ ସକାଳୁ ମେଲାଣି ବିଦାକି ସହିତ ଆଳତୀ ପରେ ଠାକୁରମାନେସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଅବସରରେ ପଞ୍ଚୁ ଦୋଳ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ସହିତ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ପୋଲିସ ଫୋର୍ସ ମୁତୟନ କରାଯାଇଛି। ୩୬ଟି ସଂକୀର୍ତ୍ତନ ମଣ୍ଡଳୀ ଝୁଲଣ ପଡ଼ିଆରେ ଏକତ୍ରିତ ହୋଇ ସଂକୀର୍ତ୍ତନ ପରିବେଷଣ କରିବା ସହିତ ପଞ୍ଚୁ ଦୋଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଆଠଗଡରେ ହୋଲି ଦିନ ହୋଲି ନଖେଳି ପଞ୍ଚୁ ଦୋଳରେ ଫଗୁ ଅବିରରେ ହୋଲି ଖେଳି ଭାଇଚାରା ନିଦର୍ଶନର ପ୍ରତୀକ ଦେଖିବାକୁ ମିଳିଥାଏ ଆଠଗଡ ସହରରେ ।

Related posts

ମାଓବାଦୀଙ୍କ ବର୍ବରକାଣ୍ଡ; ଯୁବକଙ୍କୁ ଘରୁ ଡାକି ନେଇ କଲେ ହତ୍ୟା

mahabharatanews

ଘଡ଼ଘଡ଼ି, ପବନ ସହ ବର୍ଷା: ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ଆଜି ରାଜଧାନୀରୁ ୧୨୮ କରୋନା ପଜିଟିଭ ଚିହ୍ନଟ

mahabharatanews