ତେହରାନ: ଚୀନ ପରେ ଇରାନରେ ସବୁଠାରୁ ଅଧିକ ଲୋକ କୋରୋନାରେ ପ୍ରଭାବିତ ହୋଇଛନ୍ତି । ଅଧିକାରୀକ ସୂତ୍ରରୁ ପ୍ରକାଶ, ଇରାନରେ ୩୫୦୦ ଲୋକ ସଂକ୍ରମିତ ହୋଇଛନ୍ତି ଓ ୧୦୭ ଜଣଙ୍କ ମୃତ୍ୟୁ ହୋଇଛି । ଇରାନର ଉପସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ବହୁ ସାଂସଦ କୋରୋନା ଭୂତ।।ଣୁରେ ସଂକ୍ରମିତ ହୋଇଛନ୍ତି । ଇରାନ ଶବ ଗୃହର ଏକ ସୋସିଆଲ ମିଡିଆରେ ଦୁତ ଗତିରେ ଭାଇରାଲ ହେବ।।ରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳୁଛି କି, ଶବ ଗୃହର ଚଟାଣ ଉପରେ ମୃତ ଦେହର ଗଦା ପଡିରହିଛି ଓ ସେଠାକାର କର୍ମଚାରୀ ସୁରକ୍ଷା ସୁଟ ଓ ମାସ୍କ ପିନ୍ଧି ଆତଯାତ ହେଉଛନ୍ତି । ସେହି ଭିଡିଓ ଫୁଟେଜ ଇରାନର କାମ ବହଶତ ଏ ମାସୁମହ ଶବାଗାରର । ଇରାନରେ ଇସଲାମିକ ପରମ୍ପରା ଅନୁଯାୟୀ ଶବକୁ ଅନ୍ତିମ ସଂସ୍କାର ପୂର୍ବରୁ ସାବୁନ ଓ ପାଣିରେ ଧୁଆଯାଇଥାଏ । ତେବେ କୋରୋନା ସଂକ୍ରମଣକୁ ଦେଖି ସେଠାରେ କିଛି ମାମଲାରେ ସେହି ପରମ୍ପରାକୁ ଆପଣାଉ ନାହାନ୍ତି । ସେହି ସଂକ୍ରମିତ ଶବକୁ କ୍ୟାଲସିୟମ ଅକ୍ସାଇଡରେ ଟ୍ରିଟ କରାଯାଉଛି, ଯେମିତି ଶବକୁ ପୋତିବା ପରେ ମାଟିରେ ସଂକ୍ରମଣ ନ ବ୍ୟାପିବ । ବହଶତ ଏ ମାସୁମହ ଶବାଗାରର ନିର୍ଦ୍ଦେଶକ କହିଛନ୍ତି, ଭୂତାଣୁର ପରୀକ୍ଷଣ ପାଇଁ ସମୟ ଲାଗୁଛି, ତେଣୁ ଅନ୍ତିମ ସଂସ୍କାରେ ସମୟ ଲାଗୁଛି ଓ ଶବ ଗଦା ହୋଇରହିଛି ।
previous post
next post