ଓଡିଶା

ଏକ ଲକ୍ଷ ୮୫ ହଜାର ୩୫୩ ଜଣ ହିତାଧିକାରୀଙ୍କୁ ୩୮ କୋଟି ୧୧ ଲକ୍ଷ ୧୬ ହଜାର ଟଙ୍କା ପ୍ରଦାନ

(ଜୟନ୍ତ କୁମାର ସେଠୀ): ଲକ ଡାଉନକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଏକ ଲକ୍ଷ ୮୫ ହଜାର ୩୫୩ ଜଣ ହିତାଧିକାରୀଙ୍କୁ ୩୮ କୋଟି ୧୧ ଲକ୍ଷ ୧୬ ହଜାର ଟଙ୍କା ପ୍ରଦାନ କରାଯାଇଛି । ଆଉ ବାକି ଥିବା ୧୨ ହଜାର ୮୫୧ ଜଣ ହିତାଧିକାରୀଙ୍କୁ ଦୁଇ ଦିନ ଭିତରେ ସମସ୍ତ ଟଙ୍କା ପ୍ରଦାନ କରାଯିବ। ସେହିପରି ଖାଦ୍ୟ ସୁରକ୍ଷା ଯୋଜନାରେ ଏ ପର୍ୟ୍ୟନ୍ତ ୯୦ ହଜାର ୯୬୩ ପରିବାରକୁ ୫୨ ହଜାର ୭୪୪ କ୍ୱିଣ୍ଟାଲ ଚାଉଳ ବଣ୍ଟନ କରାଯାଇଛି । ଆଉ ବାକି ରହିଥିବା ଦୁଇ ଲକ୍ଷ ୬୧ ହଜାର ୨୯୭ ଟି ପରିବାରକୁ ୩ ତାରିଖ ସୁଧା ଚାଉଳ ପ୍ରଦାନ କରାଯିବ। ସେହିପରି ଏ ପର୍ୟ୍ୟନ୍ତ ୩ ରୁ ୬ ବର୍ଷ ବୟସ ଥିବା ୩୯ ହଜାର ୨୯୧ ଜଣ ପିଲାଙ୍କୁ ଚାଉଳ , ଡାଲି , ତେଲ , ଆଳୁ ଓ ୫ ଟି ଲେଖାଏଁ ଅଣ୍ଡା ପ୍ରଦାନ କରାଯାଇଛି । ସେହିପରି ଆଜିଠାରୁ ଗର୍ଭବତୀ , ପ୍ରସୂତି ଓ ୬ ମାସରୁ ୩ ବର୍ଷର ପିଲାମାନଙ୍କୁ ଛତୁଆ ବଣ୍ଟନ କରାଯିବ। ସେହିପରି ପୁରୀ ଜିଲ୍ଲାରେ ଆଜି ପର୍ୟ୍ୟନ୍ତ ୨୨୬୨ ଜଣ ଅସହାୟଙ୍କୁ ରନ୍ଧା ଖାଦ୍ୟ , ୨୦୭୫ ରହିବା ଓ ଖାଇବା ବ୍ୟବସ୍ଥା , ୫୪ ଜଣ ପର୍ୟ୍ୟଟକଙ୍କୁ ଖାଦ୍ୟ ଯୋଗାଣ , ୬୩ ଜଣ ବଂଜାରାଙ୍କୁ ଖାଦ୍ୟ ପ୍ରଦାନ ଏବଂ ୧୭୧ ଜଣ ଶ୍ରମିକଙ୍କୁ ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଛି।

Related posts

ହାତୀ ଉପଦ୍ରଵ : ଭାଙ୍ଗିଲେ ଘର ,ଫସଲ

mahabharatanews

ଓଡିଶାରେ ବଢୁଛି ସାଇବର କ୍ରାଇମ୍

mahabharatanews

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସରେ ଧୁମ୍ ଧାମ୍ ରେ ଆୟୋଜନ

mahabharatanews