(ମହାଭାରତ, କଣିହାଁ): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଏନଟିପିସି, ଦିପଶିଖା ପ୍ରକଳ୍ପ ଆନୁକୂଲ୍ୟରେ ଶାରିରୀକ ବିକଳାଙ୍ଗଙ୍କ ପାଇଁ ଗତ ରବିବାର ସକାଳ୯ ଟାରେ ଏକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଚିକିତ୍ସା ଶିବିରରେ ଏନଟିପିସି, କଣିହାଁ ପ୍ରକଳ୍ପର ମୁଖ୍ୟ ମହାପ୍ରବନ୍ଧକ ସୁଦୀପ ନାଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଦିବ୍ୟାଙ୍ଗଙ୍କ ପ୍ରତି ସର୍ବଦା ସ୍ନେହ, ଶ୍ରଦ୍ଧା ରହିବା ଉଚିତ୍ ବୋଲି ମୁଖ୍ୟଅତିଥମତବ୍ୟକ୍ତ କରିଥିଲେ । ଶିବିରରେ ମୋଟ୍ ୫୩ଜଣ ଦିବ୍ୟାଙ୍ଗ ପଂଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୧୪ଜଣଙ୍କୁ ଚିହ୍ନଟ କରାଯାଇ ଆବଶୀକୟ ପ୍ଲାଷ୍ଟିକ ସର୍ଜରୀ ନିମନ୍ତେ ହାଇଦ୍ରାବାଦ୍ ପଠାଯିବ ବୋଲି ମେଡିକାଲ ସିଏମ୍ଓ ରଜତ କୁମାର ମିଶ୍ର କହିଥିଲେ । ଏହି ଦିବ୍ୟାଙ୍ଗମାନଙ୍କୁ ହାଇଦ୍ରାବାଦ୍ସ୍ଥିତ ଆକାରଆଶା ମେଡିକାଲ୍ ରେ ସର୍ଜରୀ କରାଯାଇ ଆବଶୀକୟ ପ୍ଲାଷ୍ଟିକ ଅଙ୍ଗ ରୋପଣ କରାଯିବ । ଏଥି ନିମନ୍ତେ ସପୁର୍ଣ୍ଣ ମାଗଣା ସୁବିଧା ପ୍ରକଳ୍ପ ପକ୍ଷରୁ ଯୋଗାଇଦିଆଯିବ । ଯାତାୟତ ସହିତ ସଂପୃକ୍ତ ବିକଳାଙ୍ଗଙ୍କ ସହ ତାଙ୍କର ଜଣେ ସମ୍ପର୍କୀୟଙ୍କର ସମସ୍ତ ଖର୍ଚ୍ଚ ଏନ୍ଟିପିସି, କଣିହାଁ ପ୍ରକଳ୍ପ ପକ୍ଷରୁ ବହନ କରାଯିବ ବୋଲି ଏନଟିପିସି ଲୋକସମ୍ପର୍କ ଅଧିକାରୀ ଅମିତ ବେହେରା ସୂଚନା ଦେଇଛନ୍ତି ।
previous post