ଓଡିଶା

ଏନ୍ଟିପିସି ପକ୍ଷରୁ ଛାତ୍ରଛାତ୍ରୀଙ୍କ ମାନସିକ ଦକ୍ଷତା ବିକାଶ କର୍ମଶାଳା

(ମହାଭାରତ, କଣିହାଁ): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଏନ୍ଟିପିସି, ଦିପଶିଖା ପ୍ରକଳ୍ପ ପକ୍ଷରୁ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଦୁଇଦିନ ଧରି ଚାଲିଥିବା ମାନସିକ ସ୍ୱାସ୍ଥ୍ୟ ଦକ୍ଷତା ବିକାଶ କର୍ମଶାଳା ଉଦ୍ୟାପିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କ ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏନଟିପିସି ପିପୁଲ୍ସ ଫୋରମ ସହଯୋଗରେ ପ୍ରତି ବର୍ଷ ଏଭିଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ବୋଲି ଏନଟିପିସି ଲୋକ ସମ୍ପର୍କ ଅଧିକାରୀ ଅମିତ ବେହେରା ପ୍ରକାଶ କରିଛନ୍ତି । ସ୍ଥାନୀୟ ଗଦାଶିଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ହରିହରପୁର ସରକାରୀ ବିଦ୍ୟାଳୟର ୭୫ ଜଣ ଛାତ୍ରଛାତ୍ରୀ ଏହି କର୍ମଶାଳାରେ ଉପକୃତ ହୋଇଥିଲେ । ପ୍ରତ୍ୟେକ ଅଧିବେଶନରେ ୨୫ଜଣ ଛାତ୍ରଛାତ୍ରୀଙ୍କୁ ନେଇ ୨ଘଣ୍ଟା ପର୍ଯ୍ୟନ୍ତ ଅଧିବେଶନରେ ଆତ୍ମବିଶ୍ୱାସ, ବୃଦ୍ଧି, ମାନସିକ ରୋଗର କାରଣ ଓ ନିରାକରଣ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏଥିରେ ଛାତ୍ରଛାତ୍ରୀମାନେ ନିଜର ଭାବାବେଗ ଉପସ୍ଥାପନ କରିବା, କେଉଁ କାର୍ଯ୍ୟ କରିବା ଓ ନ କରିବା ଆଦି ଉପରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଥିଲା । ପିପୁଲ୍ସ ଫୋରମର ଅଧ୍ୟାପକ ଅଭିଳାଶ ଦୁର୍ଗୁକର ଓ ଅଧ୍ୟାପିକା ଏ.ସ୍ୱାତୀପ୍ରଭାତ ଉକ୍ତ କର୍ମଶାଳାର ପ୍ରଶିକ୍ଷଣ ଦାୟିତ୍ୱ ତୁଲାଇଥିଲେ ।

Related posts

କରୋନା ଯୁଦ୍ଧରେ ବିଜୟ ପାଇଁ ବାଗଚୀଙ୍କ ୮ ସୂତ୍ରୀ ମନ୍ତ୍ର

mahabharatanews

ସ୍କ୍ରବ୍ ଟାଇଫସ୍ ଆତଙ୍କ; ସୁନ୍ଦରଗଡ଼ରୁ ସଂଖ୍ୟା ୨୬୩କୁ ବୃଦ୍ଧି

mahabharatanews

ଡ଼ିସେମ୍ବର ୨୪ତାରିଖରୁ ଆରମ୍ଭ ହେବ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା

mahabharatanews