(ମହାଭାରତ, କଣିହାଁ): ସମଗ୍ର ବିଶ୍ୱର କଲ୍ୟାଣ ନିମନ୍ତେ ଅନୁଗୋଳ ଜିଲ୍ଲା କଣିହାଁ ଗ୍ରାମରେ ଶନିବାର ଠାରୁ ଅହୋରାତ୍ର ଅଖଣ୍ଡ ନାମଧ୍ୱନୀ ଉଦଯାପିତ ହୋଇଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ଫାଲଗୁନ ମାସ ଦ୍ୱାଦଶି ତିଥିରେ ଏହି ଅଖଣ୍ଡ ନାମଧ୍ୱନୀର ଶନିବାର ଶୁଭାରମ୍ଭ ହୋଇଥିବା ବେଳେ ପରଦିନ ଏହି ଉତ୍ସବର ଉଦଯାପନୀ ହୋଇଥିଲା । ଶନିବାର ଏହି ଅବସରରେ ନିକଟସ୍ଥ ଟିକିରା ନଦୀରୁ ମହିଳା ବ୍ରତଧାରୀମାନେ କଳସ ଯାତ୍ରା କରିଥିଲେ । ସମଗ୍ର ଗ୍ରାମ ପରିକ୍ରମା ପରେ ଅଖଣ୍ଡ ମଣ୍ଡପ ଚର୍ତୃପାଶ୍ୱରେ କଳସ ଗୁଡିକ ସ୍ଥାପନା କରାଯାଇଥିଲା । ସଂଧ୍ୟା ୬ଟାରେ ଯୋରନ୍ଦା ପିଠର ବ୍ରହ୍ମଚାରୀ ବାବା ଖଗେଶ୍ୱର ଦାସ ଏବଂ ବାବା ଚଣ୍ଡ ଦାସ ହୋମ, ଯଜ୍ଞ ଆରମ୍ଭ କରିଥିଲେ । ଅହୋରାତ୍ର ଅଲେଖ ଭଜନ ପରିବେଶଣ ନିମନ୍ତେ ୨୧ ସଂକୀର୍ତନ ମଣ୍ଡଳୀ ସାମିଲ ହୋଇଥିଲେ । କଣିହାଁ ଗ୍ରାମ ସଭାପତି ଉକାଳୁ ନାଏକ, ସମ୍ପାଦକ ହେମନ୍ତ ନାଏକ, ମୁରଲି ନାଏକ, ଅନିରୁଦ୍ଧ ନାଏକ, ପଙ୍କଜ ନାଏକ, ମିଲୁ ନାଏକ, ରମେଶ ନାଏକ ପ୍ରମୁଖ ଉତ୍ସବ ପରିଚାଳନା ଦାୟିତ୍ୱ ତୁଲାଇଥିଲେ ।
next post