ଓଡିଶା

ଅବକାରୀ ବିଭାଗର ଚଢ଼ାଉ

ଜଳେଶ୍ୱର: ଜଲେଶ୍ୱର, ବସ୍ତା, ଭୋଗରାଇ ଅବକାରୀ ବିଭାଗର ମାରାଥନ ଚଢ଼ାଉ କରାଯାଇ ବିଭାଗ ମିଳିତ ଭାବେ ଚଢ଼ାଉ କରି ୧୭୬ ଲିଟର ଦେଶୀ ମଦ ସହିତ ଛଅ ଜଣ ଆସାମୀକୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ବାଲେଶ୍ୱର ଅବକାରୀ ଏସ୍ପି ବିବେକାନନ୍ଦ ନାୟକଙ୍କ ନିର୍ଦେଶ ଅନୁଯାୟୀ ଜଳେଶ୍ୱର ଅବକାରୀ ଥାନା ଅଧିକାରୀ ହରପ୍ରସାଦ ରଣା, ବସ୍ତା ଅବକାରୀ ଥାନା ଅଧିକାରୀ ଅମ୍ପା ମାରାଣ୍ଡି, ମାନ ଗୋବିନ୍ଦ ମହାପାତ୍ର, ବାବାଜୀ ପଣ୍ଡିତ, ରବିନ୍ଦ୍ର ଭଞ୍ଜ, ମିନତୀ ଜେନା,ଶଶିକାନ୍ତ ସାହୁ, ମଙ୍ଗଲ୍ ସିଂ ପ୍ରମୁଖ ମିଳିତ ଭାବେ ବସ୍ତା ଅଞ୍ଚଳର ପତ୍ରଝଡା, ଲଛମନ ଖୁଣ୍ଟା, କରଞ୍ଜିଆ,ସିଂଲା, ଜାମସୁଲି,ଭୋଗରାଇ ଅଞ୍ଚଳର ଚନ୍ଦନେଶ୍ୱର, ବାରବାଟିଆ, ଅଞ୍ଚଳରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ୧୭୬ ଲିଟର ଦେଶୀ ମଦ ସହିତ, ତିନି ମହିଳା ତିନି ପୁରୁଷ ମୋଟ ଛଅ ଜଣଙ୍କୁ ଅବକାରୀ ବିଭାଗ ଗିରଫକରିଛି । ଦିନକୁ ଦିନ ବିଭିନ୍ନ ନିଶା କାରବାର ସହିତ ଦେଶୀ ମଦ ଗାଁଆ ଗହଳିରେ ବେଧଡକ ବିକ୍ରି ହେଉଥିବାରୁ ,ଏଭଳି ଚଢ଼ାଉକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Related posts

ଦୁଇ ନୂତନ ସଂକ୍ରମିତଙ୍କ ତଥ୍ୟ ପ୍ରକାଶ

mahabharatanews

ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ରାଜ୍ୟସରକାର ଦେଇଛନ୍ତି ନୂଆ ଦାୟିତ୍ୱ

mahabharatanews

ବନ୍ଦେ ଭାରତ ମିଶନ: ୟୁଏଇରୁ ଆସିଲେ ୩୬୩ ଭାରତୀୟ

mahabharatanews