ଅପରାଧ

କଣ ଥିଲା ୩ ମହିଳାଙ୍କ ଦୋଷ, ସେମାନଙ୍କୁ ଲଙ୍ଗଳା କଲେ ଗ୍ରାମବାସୀ

ମୁଜଫରପୁର: କରୋନା ସଂକ୍ରମଣରେ ମଣିଷ ଘରେ ବନ୍ଦୀ ପଡିଛି । ଲୋକଙ୍କ ମଧ୍ୟରେ ଭୟ । ଏପରି ସମୟରେ ମଣିଷ କିନ୍ତୁ ତାର ପ୍ରକୃତି ବଦଳାଉ ନାହିଁ । ଏପରି ଏକ ସଙ୍କଟ କାଳରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ତିନି ଜଣ ମହିଳାଙ୍କୁ ଲଙ୍ଗଳା କରି ଗାଁ ଦାଣ୍ଡରେ ବୁଲାଇଛନ୍ତି । ଏପରି ଲଜ୍ଜା ଓ ଘୃଣ୍ୟ ଦୃଶ୍ୟ ଦେଖିବାକୁ ମିଳିଛି ବିହାରର ମୁଜଫରପୁର ଜିଲ୍ଲାରେ । ମୁଜଫରପୁର ଅନ୍ତର୍ଗତ ଡକରାମା ଗାଁରେ ୩ ଜଣ ମହିଳାଙ୍କୁ ଡାହାଣୀ ସନ୍ଦେହରେ ଅର୍ଦ୍ଧନଗ୍ନ କରାଯାଇଛି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମୁଜଫରପୁରର ଡକରାମା ଗାଁର ଲୋକମାନେ ଅନ୍ଧବିଶ୍ଵାସର ବଶବର୍ତ୍ତୀ ହୋଇ ଗାଁର ୩ ଜଣ ମହିଳାଙ୍କୁ ଡାହାଣୀ ସନ୍ଦେହ କରୁ ଆସୁଥିଲେ । ସନ୍ଦେହ ଏପରି ଘନିଭୂତ ହୋଇଥିଲା କି ସୋମବାର ଦିନ ସେହି ୩ ମହିଳାଙ୍କୁ ଘରୁ ଟାଣି ଆଣି ଗ୍ରାମବାସୀ ପିଟିବା ସହିତ ଅର୍ଦ୍ଧନଗ୍ନ କରି ଗାଁରେ ବୁଲାଇଥିଲେ। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ପୂର୍ବ ମୁଜଫରପୁରର ଏସଡିଓ କନ୍ଦନ କୁମାର କହିଛନ୍ତି, ଏହା ଏକ ଅପରାଧ। ଘଟଣାର ତଦନ୍ତ ପରେ ପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ।

Related posts

କୋଭିଡ-୧୯ ଗାଇଡଲାଇନ୍ ଉଲ୍ଲଙ୍ଘନ: ବ୍ଲୁ ହ୍ୱିଲ ହସ୍ପିଟାଲରେ ତାଲା

mahabharatanews

ସୁନ୍ଦରଗଡ଼ ପୋଲିସକୁ ବଡ଼ ସଫଳତା : ଏନକାଉଣ୍ଟରରେ ୩ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

mahabharatanews

ଏସଟିଏଫକୁ ବିରାଟ ସଫଳତା: ୧.୪୮କିଲୋ ବ୍ରାଉନ ଜବତ

mahabharatanews