ଅପରାଧ

କଣ ଥିଲା ୩ ମହିଳାଙ୍କ ଦୋଷ, ସେମାନଙ୍କୁ ଲଙ୍ଗଳା କଲେ ଗ୍ରାମବାସୀ

ମୁଜଫରପୁର: କରୋନା ସଂକ୍ରମଣରେ ମଣିଷ ଘରେ ବନ୍ଦୀ ପଡିଛି । ଲୋକଙ୍କ ମଧ୍ୟରେ ଭୟ । ଏପରି ସମୟରେ ମଣିଷ କିନ୍ତୁ ତାର ପ୍ରକୃତି ବଦଳାଉ ନାହିଁ । ଏପରି ଏକ ସଙ୍କଟ କାଳରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ତିନି ଜଣ ମହିଳାଙ୍କୁ ଲଙ୍ଗଳା କରି ଗାଁ ଦାଣ୍ଡରେ ବୁଲାଇଛନ୍ତି । ଏପରି ଲଜ୍ଜା ଓ ଘୃଣ୍ୟ ଦୃଶ୍ୟ ଦେଖିବାକୁ ମିଳିଛି ବିହାରର ମୁଜଫରପୁର ଜିଲ୍ଲାରେ । ମୁଜଫରପୁର ଅନ୍ତର୍ଗତ ଡକରାମା ଗାଁରେ ୩ ଜଣ ମହିଳାଙ୍କୁ ଡାହାଣୀ ସନ୍ଦେହରେ ଅର୍ଦ୍ଧନଗ୍ନ କରାଯାଇଛି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମୁଜଫରପୁରର ଡକରାମା ଗାଁର ଲୋକମାନେ ଅନ୍ଧବିଶ୍ଵାସର ବଶବର୍ତ୍ତୀ ହୋଇ ଗାଁର ୩ ଜଣ ମହିଳାଙ୍କୁ ଡାହାଣୀ ସନ୍ଦେହ କରୁ ଆସୁଥିଲେ । ସନ୍ଦେହ ଏପରି ଘନିଭୂତ ହୋଇଥିଲା କି ସୋମବାର ଦିନ ସେହି ୩ ମହିଳାଙ୍କୁ ଘରୁ ଟାଣି ଆଣି ଗ୍ରାମବାସୀ ପିଟିବା ସହିତ ଅର୍ଦ୍ଧନଗ୍ନ କରି ଗାଁରେ ବୁଲାଇଥିଲେ। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ପୂର୍ବ ମୁଜଫରପୁରର ଏସଡିଓ କନ୍ଦନ କୁମାର କହିଛନ୍ତି, ଏହା ଏକ ଅପରାଧ। ଘଟଣାର ତଦନ୍ତ ପରେ ପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ।

Related posts

ପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

mahabharatanews

ଅବକାରୀ ବିଭାଗର ଡେଞ୍ଜର ସାଇରନ

mahabharatanews

ଡ୍ରଗ୍ସ ମାଫିଆଙ୍କ ଘର ଉପରେ ଚାଲିଲା ବୁଲଡୋଜର

mahabharatanews