ଓଡିଶା

କବିସୂର୍ଯ୍ୟନଗର ୭୨ ଘଣ୍ଟା ପାଇଁ ସଟଡାଉନ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲଗିଛି । ବର୍ତ୍ତମାନ ସୁଦ୍ଧା ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେବା ଗଞ୍ଜାମ ଜିଲ୍ଲା ଆଗରେ ରହିଛି । ବୁଧବାର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଥିବା ବେଳେ କବିସୂର୍ୟ୍ୟନଗର ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଜିଲ୍ଲା ପ୍ରଶାସନର ନିର୍ଦ୍ଧେଶ ଅନୁସାରେ ସାରା ସହରକୁ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି । ଏଥି ମଧ୍ୟରୁ ସହରର ତନ୍ତି ସାହି , ରାଧାକୃଷ୍ଣ ସାହି ଓ ବାଢେଇ ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସେହିପରି ସିନ୍ଦୁରାପଡା ଓ ସାନଚଢିଆପଡାକୁ ଏକ ପ୍ରକାର ସଟଡାଉନ କରାଯାଇଛି । ପ୍ରତି ଛକ ମାନଙ୍କରେ ପୋଲିସ ଉପସ୍ଥିତ ରହି ସୁରକ୍ଷା ଉପରେ କଡା ନଜର ରଖିଛି ।

Related posts

ଟ୍ରକ୍କୁ ଧକ୍କା ଦେଲା ବୋଲେରୋ, ଦୁଇ ମୃତ ୭ ଗୁରୁତର

mahabharatanews

କଂଗ୍ରେସ ଦୁଇ ବିଧାୟକଙ୍କ ଘରୁ ଟଙ୍କାର ପାହାଡ ମିଳିଲା

mahabharatanews

କଟିକଟା ଠାରେ ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

mahabharatanews