ଓଡିଶା

ବିଭିନ୍ନ ଦାବି ନେଇ ରାଇରଙ୍ଗପୁର ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

(ସତ୍ୟନାରାୟଣ ପାଲ/ରାଇରଙ୍ଗଫୁର): ମୟୂରଭଞ୍ଜ ଜିଲ୍ଲାରେ ବହୁ ପ୍ରତୀକ୍ଷିତ ସରକାରୀ ମେଡ଼ିକାଲ କଲେଜ ପ୍ରତିଷ୍ଠା ହେଲା ପରେ ମଧ୍ୟ ସମଗ୍ର ଜିଲ୍ଲାବାସୀ ଆଜି ପର୍ୟ୍ୟନ୍ତ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏଥିପାଇଁ ଜିଲ୍ଲାର ଯୁବ ଛାତ୍ର ସଙ୍ଗଠନ ‘ଭଞ୍ଜସେନା’ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବୁଧବାର ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦିଆଯାଇଛି । ଜିଲ୍ଲାର ଆଦିବାସୀ ବହୁଳ ବାମନଘାଟି ଉପଖଣ୍ଡ ଆଜି ବି ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବହେଳିତ। ବାମନଘାଟି ଉପଖଣ୍ଡ ମୁଖ୍ୟ ରାଇରଙ୍ଗପୁର ହସ୍ପିଟାଲ ସମେତ ସାତଟି ବ୍ଲକରେ ଥିବା ଛୋଟ ବଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭିଜ୍ଞ ଡାକ୍ତର, କର୍ମଚାରୀଙ୍କ ଅଭାବ ଏବଂ ଅନୁସାଙ୍ଗିକ ସୁବିଧା ନ ଥିବାରୁ ଏଠାକାର ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ବର୍ଷ ଧରି ବାମନଘାଟି ସମେତ ଜିଲ୍ଲାର ଲୋକ ପ୍ରତିନିଧି ମାନଙ୍କ ଅପାରଗତା ଯୋଗୁଁ ଜନସାଧାରଣ ଏଭଳି ଅସୁବିଧାର ସମୁଖୀନ ହେଉଛନ୍ତି। ଏଣୁ ବାମନଘାଟି ଉପଖଣ୍ଡ ମୁଖ୍ୟ ରାଇରଙ୍ଗପୁର ହସ୍ପିଟାଲରେ ତୁରନ୍ତ ଅଭିଜ୍ଞ ଡାକ୍ତରଙ୍କ ନିଯୁକ୍ତି ସମେତ ଆବଶ୍ୟକ କର୍ମଚାରୀ ପୁରଣ, ଉନ୍ନତମାନର ଅପରେସନ ଥିଏଟର ସ୍ଥାପନ ଏବଂ ୭ଟି ବ୍ଲକରେ ଥିବା ଛୋଟ ବଡ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ଯଥାଶୀଘ୍ର ଖାଲି ପଡିଥିବା ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ ପାଇଁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଭଞ୍ଜସେନା ପକ୍ଷରୁ ଦୁଇ ଦଫା ଦାବି ପ୍ରତ୍ର ପ୍ରଦାନ କରାଯାଇଛି ।

Related posts

ଏମାର ମଠରେ ତଲାସୀ ଅଭିଯାନ ଆରମ୍ଭ

mahabharatanews

୨୩ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

mahabharatanews

ଶ୍ରୀମନ୍ଦିର ଅଭିମୁଖେ ବଳଭଦ୍ରଙ୍କ ତାଳଧ୍ୱଜ ରଥ

mahabharatanews