(ଜଳେଶ୍ୱର/ଅଜିତ ସାହୁ): କୋରନା ପାଇଁ ଖାଦ୍ୟ ବଣ୍ଟନକୁ ନେଇ ତୁତୁ ମେ ମେ, ଘଟଣା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା। ସମଗ୍ର ବିଶ୍ଵରେ କୋରୋନା ଆତଂକରେ କବଳିତ ହୋଇଥିବା ବେଳେ,ଏହାର ମୁକା ବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ ଘୋଷଣା କରିବା ସହିତ ପ୍ରତେକ ପଂଚାୟତ ସ୍ତରରେ ଆଇସୋଲେସନ ସେଣ୍ଟର ସହିତ ଅସ୍ଥାୟୀ ଚିକତ୍ସା ଶିବିର ଖୋଲିଛନ୍ତି। ଏଥି ସହିତ ଏହି ଲକ ଡାଉନ ସମୟରେ ଯେପରି କୌଣସି ବ୍ୟକ୍ତି ଭୁକିଲା ନରହନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ସରକାର ପ୍ରଶାସନକୁ କଡା ନିର୍ଦେଶ ଦେଇଛନ୍ତି। ସହରଠାରୁ ଗ୍ରାମ ପର୍ୟ୍ୟନ୍ତ ପ୍ରତେକ ପଞ୍ଚାୟତ ସ୍ତରରେ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ ପ୍ରତକ୍ଷ ଓ ପରୋକ୍ଷ ଭାବେ ବିଭିନ୍ନ ମହିଳା ସଙ୍ଗଠନ ମାଧ୍ୟମରେ ରନ୍ଧା ଖାଦ୍ୟ ଯୋଗାଉଛନ୍ତି । ଛୋଟ ପିଲାଙ୍କ ପାଇଁ ଦୈନିକ ୪୫ ଟଙ୍କା ଓ ବଡ଼ ଲୋକଙ୍କ ପାଇଁ ୬୦ ଟଙ୍କା ଖର୍ଚ୍ଚ କରି ଦିନକୁ ଦୁଇଥର ଖାଦ୍ୟ ଯୋଗାଇବାର ବ୍ୟବସ୍ଥା କରାଯାଇଛି। ତେବେ ଏହି ରନ୍ଧାଖାଦ୍ୟ ଖାଇବା ପାଇଁ କଉଁମାନେ ଯୋଗ୍ୟ ସରକାର କି ପ୍ରଶାସନ ପକ୍ଷରୁ କୌଣସି ବିଧିବଦ୍ଧ ଗାଇଡ଼ ଲାଇନ ଜାରି କରାଯାଇନଥିବା ବେଳେ, ନିର୍ଦିଷ୍ଟ କିଛି ମହିଳା ସଂଗଠନକୁ ତରବରିଆ ଭାବେ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ଚୟନ କରାଯାଇଥିବା ଅଭିଯୋଗ ହେଉଛି। ତାର ସଦ୍ୟ ଉଦାହରଣ ହେଉଛି, ବସ୍ତା ବ୍ଲକ କରୁଆ ପଂଚାୟତ । କରୁଆ ପଂଚାୟତରେ ଅନେକ ଯୋଗ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଥିଲେ ବି କାହାକୁ ନଜଣେଇ କିପରି ଭାବେ କେବଳ ମାତୃଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ଚୟନ କରା ଗଲା। କୋରୋନା- ଲକଡାଉନକୁ ଖାତିର ନକରି , କିଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନେ ଏଭଳି ଘଟଣାକୁ ଦୃଢ଼ ବିରୋଧ କରିବା ସହିତ, ନ୍ୟାୟ ପାଇଁ କରୁଆ ଅଙ୍ଗନ ବାଡ଼ି କର୍ମୀଙ୍କୁ ଘେରି ପଚରା ଉଚୁର କରିଥିଲେ। ତେବେ ଏନେଇ ବସ୍ତା ସିଡିପିଓଙ୍କ ସହିତ ଯୋଗାଯୋଗ କରିଥିଲେ ବି ସେ ଫୋନ ଉଠାଇ ନଥିଲେ। ତେବେ ଅଭିଯୋଗ ପାଇଁ ବସ୍ତା ବିଡ଼ିଓ କୁକୁମିନା ଦାସ ଓ ବସ୍ତା ଯୋଗାଣ ଅଧିକାରୀ ହେମକାନ୍ତ ବେହେରା ଅଚାନକ ପହଁଚି ଘଟଣାର ତଦନ୍ତ କରିବା ସହିତ ଲୋକଙ୍କୁ ସାମାଜିକ ଦୂରତା, ପରିସ୍କାର ପରିଛନତା ସହିତ ଆବଶ୍ୟକ ନହେଲେ ବାହାରକୁ ନବାହାରିବାକୁ ପରାମର୍ଶ ଦେଇଥିଲେ।
previous post