(ମହାଭାରତ/ଜଳେଶ୍ୱର): ପୂର୍ବରୁ ଭତ୍ତା ଓ ଗୃହ ବଣ୍ଟନ ପାଇଁ ବିବାଦରେ ଥିବା ପାଉଁଶକୁଳି ପଞ୍ଚାୟତ ଏବେ ପଂ·ୟତ ବୈଠକକୁ ନେଇ ପୁଣି ବିବାଦ ଘେରକୁ ଟାଣି ହୋଇ ଆସିଛି । ଅନ୍ୟାୟ ପ୍ରତିବାଦରେ ପଂ·ୟତ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି ନାଏବ ସରପଞ୍ଚ ମିନତୀ ପରିଡା । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ପାଉଁଶକୁଲି ପଞ୍ଚାୟତର ସରପଞ୍ଚ ରାଧାକୃଷ୍ଣ ସେଠି ଓ ନାଏବ ସରପଞ୍ଚଙ୍କ କଳି ଦାଣ୍ଡରେ ପଡି ହାଟ ଗଡୁଛି ।
ସୂଚନା ଅନୁଯାୟୀ, ନିକଟ ଅତୀତରେ ପୋଲିସ ଓ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ପଂ·ୟତ ଅଫିସ ପରିସରରେ ଏକ ବୈଠକ ହୋଇଥିଲା, ଯାହାର କୌଣସି ସ୍ଥାୟୀ ସମାଧାନ ହୋଇ ପାରିନଥିଲା । ପାଉଁଶ କୁଲି ସରପଞ୍ଚ ମନମୁଖୀ କାର୍ଯ୍ୟ କରୁଛନ୍ତି ବୋଲି ନାଏବ ସରପଞ୍ଚ ଏବଂ କିଛି ୱାର୍ଡମେମ୍ବର ଅଭିଯୋଗ କରିଥିଲେ । ସେମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ହତ୍ୟାକରା ଯାଉଛି, ଉଚିତ ତଦନ୍ତ ସହିତ ନ୍ୟାୟ ଦାବି କରି ନାଏବ ସରପଞ୍ଚ, ପାଞ୍ଚ ଜଣ ୱାଡମେମ୍ବର ଓ ବହୁ ସମର୍ଥକ, ଗ୍ରାମବାସୀ ଧାରଣାରେ ବସିଥିଲେ । ତେବେ ସରପଞ୍ଚଙ୍କୁ ପ·ରିବାରୁ ସେ ଧାରଣା ବିଷୟରେ ଜାଣି ନଥିବା କହୁଛନ୍ତି । ତାଙ୍କ ବିରୋଧରେ ଏହା ଏକ ଚକ୍ରାନ୍ତ ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି ।
previous post
next post