ଓଡିଶା

ପୁଣି ବିବାଦରେ ପାଉଁଶକୁଳି

(ମହାଭାରତ/ଜଳେଶ୍ୱର): ପୂର୍ବରୁ ଭତ୍ତା ଓ ଗୃହ ବଣ୍ଟନ ପାଇଁ ବିବାଦରେ ଥିବା ପାଉଁଶକୁଳି ପଞ୍ଚାୟତ ଏବେ ପଂ·ୟତ ବୈଠକକୁ ନେଇ ପୁଣି ବିବାଦ ଘେରକୁ ଟାଣି ହୋଇ ଆସିଛି । ଅନ୍ୟାୟ ପ୍ରତିବାଦରେ ପଂ·ୟତ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି ନାଏବ ସରପଞ୍ଚ ମିନତୀ ପରିଡା । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ପାଉଁଶକୁଲି ପଞ୍ଚାୟତର ସରପଞ୍ଚ ରାଧାକୃଷ୍ଣ ସେଠି ଓ ନାଏବ ସରପଞ୍ଚଙ୍କ କଳି ଦାଣ୍ଡରେ ପଡି ହାଟ ଗଡୁଛି ।
ସୂଚନା ଅନୁଯାୟୀ, ନିକଟ ଅତୀତରେ ପୋଲିସ ଓ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ପଂ·ୟତ ଅଫିସ ପରିସରରେ ଏକ ବୈଠକ ହୋଇଥିଲା, ଯାହାର କୌଣସି ସ୍ଥାୟୀ ସମାଧାନ ହୋଇ ପାରିନଥିଲା । ପାଉଁଶ କୁଲି ସରପଞ୍ଚ ମନମୁଖୀ କାର୍ଯ୍ୟ କରୁଛନ୍ତି ବୋଲି ନାଏବ ସରପଞ୍ଚ ଏବଂ କିଛି ୱାର୍ଡମେମ୍ବର ଅଭିଯୋଗ କରିଥିଲେ । ସେମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ହତ୍ୟାକରା ଯାଉଛି, ଉଚିତ ତଦନ୍ତ ସହିତ ନ୍ୟାୟ ଦାବି କରି ନାଏବ ସରପଞ୍ଚ, ପାଞ୍ଚ ଜଣ ୱାଡମେମ୍ବର ଓ ବହୁ ସମର୍ଥକ, ଗ୍ରାମବାସୀ ଧାରଣାରେ ବସିଥିଲେ । ତେବେ ସରପଞ୍ଚଙ୍କୁ ପ·ରିବାରୁ ସେ ଧାରଣା ବିଷୟରେ ଜାଣି ନଥିବା କହୁଛନ୍ତି । ତାଙ୍କ ବିରୋଧରେ ଏହା ଏକ ଚକ୍ରାନ୍ତ ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି ।

Related posts

ଚିଲିକାରେ ପଡି ଜଣେ ପର୍ଯଟକଙ୍କ ଜୀବନ ଯାଇଥିବା ବେଳେ ପ୍ରଶାସନ ନେଲା ବଡ ନିଷ୍ପତ୍ତି

mahabharatanews

କରୋନା ପାଇଁ ବାହାର ରାଜ୍ୟର ଶ୍ରମିକ ଙ୍କୁ କେନ୍ଦୁପତ୍ର ଗୋଦାମ ମନା

mahabharatanews

ଆଇପିଏଲ ପାଇଁ ଘୋଷଣା ହେଲା ଭାଷ୍ୟକାର ଦଳ

mahabharatanews