ଓଡିଶା

କରୋନା ଯୋଦ୍ଧାଙ୍କୁ ସାଲ୍ୟୁଟ ମାରିଲେ ପୁରୀ ଜିଲ୍ଲାପାଳ

(ଗୋପ/ ଜୟନ୍ତ ସେଠି): ପ୍ରଭାସି ଓଡ଼ିଆଙ୍କ ପାଇଁ ହୋଇଥିବା କ୍ୱାରେଣ୍ଟାଇଂ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ, ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ କୋଣାର୍କ ଡ଼ାକ୍ତରଖାନା ପରିସରରେ ହୋଇଥିବା କରୋନା ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ ।ଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ ତାଙ୍କ ସହିତ ପୁରୀ ଜିଲ୍ଲା ଏସପି ଡଃ ଉମାଶଙ୍କର ଦାଶ ଓ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସ ଉପସ୍ଥିତ ରହିଥିଲେ । ଡ଼ାକ୍ତରଖାନା ରେ ପହଞ୍ଚି ସଙ୍ଗରୋଧ କେନ୍ଦ୍ରର ପରିଚାଳନା ଦାୟିତ୍ବରେ ଥିବା କରୋନା ଯୋଦ୍ଧାଙ୍କୁ ସାଲ୍ୟୁଟ କରିଥିଲେ। ମହାମାରୀ କରୋନା ସମୟରେ ପରିବାର ଓ ପିଲାଛୁଆଙ୍କୁ ଛାଡ଼ି ଆସି ସଙ୍ଗରୋଧ କେନ୍ଦ୍ରରେ କରୋନା ଯୋଦ୍ଧାଭାବେ ଦାୟିତ୍ବ ତଲାଉଥିବା ଏହି କର୍ମଚାରୀମାନଙ୍କୁ ସାଲ୍ୟୁଟ ପ୍ରଦାନ କରି ଜିଲ୍ଲାପାଳ ତାଙ୍କ ମନୋବଳ ବଢ଼ାଇଥିଲେ ।

ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଏହି ସାଲ୍ୟୁଟ କଥା ପ୍ରଘଟ ହେବା ପରେ ବିଭିନ୍ନ ମହଲରୁ ଜିଲ୍ଲାପାଳଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିବା ଆରମ୍ଭ ହୋଇଛି । ଜିଲ୍ଲାପାଳ ଓ ଏସପି ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ମାନଙ୍କ ସହିତ କଥା ହୋଇଥିଲେ । ସଙ୍ଗେରୋଧ କେନ୍ଦ୍ରର ଆୟୋଜନ , ଖାଇବା ପିଇବା, ପରିମଳ ବ୍ୟବସ୍ଥା ସହିତ ସମସ୍ତ ଆନୁସଙ୍ଗିକ ଦିଗ ସଂପର୍କରେ ଜିଲ୍ଲାପାଳ ସଙ୍ଗରୋଧ କେନ୍ଦ୍ରରେ ଥିବା ବ୍ୟକ୍ତିମାନଙ୍କଠାରୁ ପଚାରି ବୁଝିଥିଲେ । ସଙ୍ଗରୋଧ କେନ୍ଦ୍ରରେ ଆବଶ୍ୟକତା ଅନୁଯାୟୀ ସମସ୍ତ ପ୍ରସ୍ତୁତି ସଠିକ ଭାବେ କରାଯାଇଥିବାରୁ ସେ ସନ୍ତୋଷ ପ୍ରକାଶ କରିବା ସହିତ କରୋନା ମୁକାବିଲା ପାଇଁ ଦିନରାତି ୨୪ ଘଣ୍ଟା ସର୍ତକ ଓ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ ।

Related posts

ସାପ କାମୁଡାରେ ଚାଲିଗଲା ଯୁବକଙ୍କ ଜୀବନ

mahabharatanews

୪ ନକ୍ସଲ ନିହତ ଆଶଙ୍କା

mahabharatanews

ନଡିଆ ଗଛରୁ ପଡି ଯୁବକଙ୍କ ମୃତ୍ୟୁ

mahabharatanews