Uncategorized

କରୋନାର ନୂଆ ଲକ୍ଷଣ: ଶିଶୁଙ୍କ ପାଦରେ ହେଉଛି ଫୋଟକା

ୱାଶିଂଟନ୍: କରୋନା ଭୂତାଣୁ ତାର କାୟା ବିସ୍ତାର କରିବା ସହ ଗୁଣରେ ମଧ୍ୟ ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳୁଛି । ଏହି ଭୂତାଣୁ ସବୁ ଜଳବାୟୁରେ ଜୀବିତ ରହିବା ସହ ତାର ଲକ୍ଷଣରେ ମଧ୍ୟ ପରିବର୍ତ୍ତନ ଆଣୁଥିôବା ଆମେରିକାର ଡାକ୍ତର କହୁଛନ୍ତି । କରୋନା ଭୂତାଣୁ ସଂକ୍ରମଣର ଏକ ନୂଆ ଲକ୍ଷଣ ଶିଶୁଙ୍କଠାରେ ଦେଖାଯାଉଛି । ପ୍ରଥମେ ଗତ ମାର୍ଚ୍ଚରେ ଏହି ଲକ୍ଷଣ ଇଟାଲୀ ଓ ଆମେରିକାରେ ଦେଖାଦେଇଥିଲା ବୋଲି ଡାକ୍ତରମାନେ କହୁଛନ୍ତି । କରୋନାରେ ସଂକ୍ରମିତ ହେବା ପରେ ତୁଷାର କ୍ଷତ (ଫ୍ରଷ୍ଟବାଇଟ୍) ଭଳି ଘା’ ପିଲାଙ୍କ ପାଦ ବା ଆଙ୍ଗୁଠିରେ ଦେଖାଯାଉଛି । ପାଦ ଆଙ୍ଗୁଠିରେ ଫୋଟକା ଭଳି ହୋଇ ପରେ ଏହା ଫୁଲିଯାଉଛି । ଆଙ୍ଗୁଠିର ରକ୍ତକଣିକାଗୁଡ଼ିକ ଏଥିରେ ନଷ୍ଟ ହୋଇଯାଉଛି । ଆକ୍ରାନ୍ତ ଶିଶୁର ଘ୍ରାଣ ଓ ସ୍ୱାଦ ଶକ୍ତି ହ୍ରାସ ପାଇବା ସହ ଆଖି ଈଷତ ଲାଲ ଦେଖାଯାଉଛି । ସମୟକ୍ରମେ ସ୍ୱାଭାବିକ କାରୋନା ଲକ୍ଷଣ ପ୍ରକାଶ ପାଉଛି । ଅଧିକ ଶୀତଳ ଓ କରୋନା ପ୍ରଭାବିତ ଅଞ୍ଚଳରେ ଏହା ଅଧିକ ଲକ୍ଷ୍ୟ କରାଯାଉଥିବାରୁ ଚର୍ମ ବିଶେଷଜ୍ଞମାନେ ଏହାର ନାମକରଣ କରିଛନ୍ତି କୋଭିଡ ଟୋଜ୍ । ଏଥିରୁ ଶିଶୁଙ୍କଠାରେ କରୋନା ଭୂତାଣୁ ସଂକ୍ରମଣ ଚିହ୍ନଟ ହେଉଥିବାରୁ ସତର୍କତା ଅବଲମ୍ବନ କରିବାକୁ ପ୍ରତି ଡାକ୍ତରମାନେ ଚେତାଇ ଦେଇଛନ୍ତି । ଆମେରିକାର ବୋଷ୍ଟନ ଅଞ୍ଚଳରେ ଏହା ଦେଖାଯିବା ପରେ ଚର୍ମ ବିଶେଷଜ୍ଞମାନେ ସମ୍ପୃକ୍ତ ଶିଶୁଙ୍କର ପ୍ରଥମେ କରୋନା ପରୀକ୍ଷା କରାଉଛନ୍ତି ।

Related posts

ରାମ ମନ୍ଦିର ଭୂମିପୂଜନ ପାଇଁ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ

mahabharatanews

ଆଇଏନଏସ ବିକ୍ରମାଦିତ୍ୟ ଉପରେ ଏଲସିଏ ନେଭିର ସଫଳ ଅବତରଣ

mahabharatanews

୩ ସପ୍ତାହ ଘୁଞ୍ଚିଲା ସାବରୀମାଳା ଶୁଣାଣି

mahabharatanews