ଓଡିଶା

କରୋନା ପାଇଁ ଥାନାରେ ବାହା ହେଲେ ଏସଆଇ

(ଓମପ୍ରକାଶ ମିଶ୍ର/ସୋନପୁର): କରୋନା କାର୍ୟ୍ୟ ପାଇଁ ବରଯାତ୍ରୀ ନେଇ ବିବାହ କରି ଯାଇ ପାରିଲେ ନାହିଁ ପୋଲିସ ଏସ ଆଇ। ଥାନା ରେ ହେଲା ବିବାହ। ଏ ପରି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜ ପୁର ବ୍ଳକର ସୁବଳୟା ଥାନା ରେ। ଏଠାରେ କାର୍ୟ୍ୟରତ ପୋଲିସ ଏସ ଆଇ ଦୀପ୍ତି ରଞ୍ଜନ ଦିଗାଲଙ୍କ ବିବାହ ତାରିଖ ଧାର୍ୟ୍ୟ ହୋଇଥିଲା। କନ୍ଧମାଳ ଜିଲ୍ଲା କେନ୍ଦୁପଦର ଗ୍ରାମର ଜୋସ୍ନାରାଣୀ ଦିଗାଲଙ୍କ ସହିତ ଦୀପ୍ତି ରଞ୍ଜନଙ୍କ ବିବାହ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିଲା। ହେଲେ ଦୀପ୍ତି ରଞ୍ଜନ ଲକଡାଉନ୍ ହେତୁ ଗ୍ରାମକୁ ଫେରି ନପାରିବାରୁ ଜୋସ୍ନାରାଣୀଙ୍କ ପରିବାର କନ୍ୟାଙ୍କୁ ଧରି ସୁବଳୟା ଥାନା ରେ ପହଞ୍ଚି ଥିଲେ। ବୀରମହାରାଜ ପୁର ଏସଡିପି ଓ ଧୀରଜ ଚୋପଦାର ଓ ସୁବଳୟା ଥାନା ଅଧିକାରୀ ପ୍ରଦୀପ ପଧାନ ଙ୍କ ଉପସ୍ଥିତ ରହି ଏହି ବିବାହ ସଂପନ୍ନ ହୋଇଥିଲା।

Related posts

ଧରା ହେଲା ଚୋରା କୋଇଲା ବୋଝେଇ ଗାଡି

mahabharatanews

ଗାଁ ଲୋକେ କେତେ ସଚେତନ

mahabharatanews

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି

mahabharatanews