ଓଡିଶା

ସରକାରୀ ସହାୟତା ନପାଇ ସାଲେପୁରରେ ଚାଷୀ ହତାଶ

(ତାରାକାନ୍ତ ନାୟକ/ସାଲେପୁର): ଚାଷୀ ମୁଣ୍ଡରେ କରୋନାର ମାଡ଼ ପଡୁଥିବାବେଳେ ଏବେ ଦାଉ ସାଧୁଛି ଲଘୁଚାପ ଜନିତ ବର୍ଷା। ଶହ ଶହ ହେକ୍ଟର ଜମିରେ ପରିବା,ଡାଲି ଜାତୀୟ ଶସ୍ୟ ପଚି ଶଢ଼ୀନଷ୍ଟ ହେଉଛି। ଚାଷୀ ମୁଣ୍ଡରେ ହାତଦେଇ କାନ୍ଦୁଛି। କଟକ ଜିଲ୍ଲା ସାଲେପୁର ବ୍ଲକ ଅଂଚଳରେ ଶହ ଶହ ହେକ୍ଟରରେ କରିଥିବା ପରିବା ଓ ମୁଗବିରି ଫସଲ ନଷ୍ଟ ହୋଇ ଗଲାଣି। କରୋନା ର କଟକଣାରେ ଚାଷୀ ବିଲକୁ ବେପାରି ଆସୁନାହାନ୍ତି। ଯଦି କିଏ କେତେ ବେଳେ ପରିବା ବେପାରୀ ପରିବା କିଣି ବାକୁ ଆସୁଛନ୍ତି ତେବେ ସାଗ ମାଛଦର ରେ କଣିବାକୁ ଚାହୁଁଛନ୍ତି। ଫଳରେ ଚାଷୀ ଚାଷ ପାଇଁ ଖର୍ଚ୍ଚ କରିଥିବା ଅର୍ଥର ଅଧା ଦାମ ମିଳୁଛି। ବିଲରେ ବାଇଗଣ,କଖାରୁ, ଭେଣ୍ଡି,ଲଙ୍କା, କାକୁଡି,ଜହ୍ନି ଭଳି ଅନେକ ପରିବା ଏବେ ବିଲରେ ପଡି ପଚିଲାଣି। ତେଣୁ ଚାଷପାଇଁ ଚାଷୀ କରିଥିବା ଋଣ କିମ୍ବା ହାତ ଉଧାରୀ ସୁଝିବା ଏବେ ସମ୍ଭବ ପର ହୋଇପାରୁନାହିଁ। ତା ପରେ ଅଦିନିଆ ବର୍ଷା ସତେ ଯେପରି ଚାଷୀ ମୁଣ୍ଡ ବୋଝ ଉପରେ ନଳିତା ବିଡା ହୋଇଛି ଖାଲି ସେତିକି ନୁହେଁ ଏହି ବର୍ଷା ମାଡରେ ଡ଼ାଲି ଜାତୀୟ ଶସ୍ୟ ଯଥା ବିରି ଓ ମୁଗ ସବୁ ବିଲରେ ପଡି ନଷ୍ଟ ହୋଇଗଲାଣି ତେଣୁ ସରକାର ତୁରନ୍ତ ଏହି ବ୍ଲକ ଚାଷୀ ମାନଙ୍କ ପାଇଁ କୌଣସି ସୁବିଧା ସୁଯୋଗ ନ କଲେ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବାରୁ ଲୋକମାନେ ଚାଷରୁ ବିମୁଖ ହେବାକୁ ଏଡାଇ ଦିଆଯାଇନ ପାରେ।

Related posts

ଓଏଏସ ସ୍ତରରେ ବଡଧରଣର ଅଦଳବଦଳ

mahabharatanews

ଆସନ୍ତା ମାର୍ଚ୍ଚ ୩୧ରୁ କର୍ମଚାରୀଙ୍କୁ ମିଳିବ ଚୂଡାନ୍ତ ପେନସନ

mahabharatanews

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ିବସିଲା ପୁଲିସ ,୨ ଅଭିଯୁକ୍ତ ଗିରଫ

mahabharatanews