ଓଡିଶା

କରୋନା ରୋକିବା ଦିଗରେ ହିଞ୍ଜିଳିକାଟୁ ପ୍ରଶାସନ ତତ୍ପର

ହିଞ୍ଜିଳି: କରୋନା ଭୂତାଣୁ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ଦେଶକୁ କଡ଼ା କଡି ଭାବରେ ଲକ୍ଡାଉନ୍ କରାଯାଇଛି। ଏଥିଲାଗି ହିଂଜିଳିକାଟୁ ପୌରପରିଷଦ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତିତ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ବିନା କାରଣରେ ଘରୁ ଗୋଡ ନକାଢିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି। ଏଭଳି ସ୍ଥିତିରେ ହିଂଜିଳି ପୌର କାର୍ୟ୍ୟନିର୍ବାହୀ ଅଧିକାରୀ ଡାକ୍ତର ମନୋରଞ୍ଜନ ସାହୁଙ୍କ ନେତୃତ୍ୱରେ ଏହି କର୍ମଚାରୀମାନେ ନିଜ କାର୍ୟ୍ୟରେ ଲାଗିପଡିଛନ୍ତି। ଏଭଳି ଘଡିସନ୍ଧି ମୂହୂର୍ତ୍ତରେ ସ୍ଥାନୀୟ ଜନତାଙ୍କୁ ଘରେ ସୁରକ୍ଷିତ ରହିବାକୁ କୁହାଯିବା ସହ ଆମେ ଆପଣଙ୍କ ସେବାରେ ରହିଛୁ ବୋଲି ବାର୍ତ୍ତା ଦେଉଛନ୍ତି। କାର୍ୟ୍ୟ କରିବା ବେଳେ ସାମାଜିକ ଦୂରତା ରକ୍ଷା କରି କାର୍ୟ୍ୟ କରିବା ସହ ଲୋକଙ୍କୁ ବାରମ୍ବାର ହାତ ଧୋଇବା ଉପରେ ମଧ୍ୟ ସଚେତନ କରାଉଛନ୍ତି। ପ୍ରଶାସନର ଏପରି କାର୍ଯ୍ୟକୁ ହିଞ୍ଜିଳି ପୌରପରିଷଦ ବାସିନ୍ଦା ପ୍ରଶଂସା କରିଛନ୍ତି ।

Related posts

ଡେଙ୍ଗୁ ଆତଙ୍କ ; ଆଜିଠୁ ଚେକିଂ ଆରମ୍ଭ କରିଛି BMC

mahabharatanews

ହିଞ୍ଜିଳିକାଟୁରେ ଓଡ଼ିଆ ଭାଷା ସାହିତ୍ୟ ସମିତି ପକ୍ଷରୁ ଉତ୍କଳ ଦିବସ

mahabharatanews

ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ

mahabharatanews