ଓଡିଶା

କରୋନା ସଂକ୍ରମଣ ସଚେତନତା ରାଲି

ପୁରୀ: ଏବେ କରୋନା ଭୂତାଣୁୁ ସାରା ପୃଥିବୀରେ ଆତଙ୍କ ଖେଳାଇ ଦେଇଛି । ଏଥିରେ ହଜାର ହଜାର ଲୋକଙ୍କ ଅକାଳରେ ମୃତ୍ୟୁ ହେଲାଣି ଓ ପରିସ୍ଥିତିକୁ ଦେଖିଲେ ଏହା ନିୟନ୍ତ୍ରଣକୁ ଆସିବା ବଦଳରେ ଭୟଙ୍କର ହେବାରେ ଲାଗିଛି । ଏହାକୁ ରୋକିବା ପାଇଁ କୌଣସି ମେଡିସିନ ବାହାରିନାହିଁ । କେବଳ ମାତ୍ର ସଚେତନତା ଏହି ସଂକ୍ରମଣରୁ ରକ୍ଷା କରିପାରିବ ବୋଲି ଏକ ସାଇକେଲ ରାଲି ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତା କରାଯାଉଛି । କଳିଙ୍ଗ ଡେୟାର ଡେଭିଲ୍ସ ସଂଗଠନର ସଭାପତି ଡ଼ଃ ସତ୍ୟପ୍ରିୟ ପ୍ରଧାନଙ୍କ ସମେତ ୧୯ଜଣ ଯୁବକ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଠାରୁ ପୁରୀ ଅଭିମୁଖେ ସାଇକେଲରେ ଜନସଚେତନତା କରିବା ପାଇଁ ବାହାରିଛନ୍ତି । ଏହି ସାଇକେଲ ଶୋଭାଯାତ୍ରାକୁ ପିପିଲି, ସାତଶଙ୍ଖ, ସାକ୍ଷୀଗୋପାଳ ଠାରେ ସ୍ୱାଗତ କରାଯାଇଛି । ଏଥିରେ ଭାରତର ପଞ୍ଚମ୍ୟାନ ଭାବେ ଗିନିଜ୍ବୁକରେ ଦୁଇଥର ନାମ ଲେଖାଇଥିବା ଡ଼ଃ ସତ୍ୟପ୍ରିୟ ପ୍ରଧାନଙ୍କ ସହିତ ସ୍ୱରାଜ ରାଉତ, ନୃସିଂହ ପଣ୍ଡା, ମଳୟ ମେହର, ଯୋଗେଶ୍ୱର ନାୟକ, ଅମରେନ୍ଦ୍ର କୁମାର ବାବୁ, ରଂଜନ ପ୍ରଧାନ, ଡଃ ର୍ସିଦ୍ଦାର୍ଥ ଶେଖର ସାହୁ ପ୍ରମୁଖ ସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । କ୍ଳବ ସତ୍ୟବାଦୀର ସମ୍ପାଦକ ଆଲୋକ ଖୁଣ୍ଠିଆଙ୍କ ସହିତ ଶିକ୍ଷକ ସତ୍ୟବାଦୀ ଦାଶ, ସାମ୍ବାଦିକ ତୁଷାର ରଂଜନ ନାୟକ, ଧୀରେନ୍ଦ୍ର ସେନାପତି, ଜୟନ୍ତ କୁମାର ସେଠୀ ପ୍ରମୁଖଙ୍କ ପକ୍ଷରୁ ସାକ୍ଷୀଗୋପିନାଥ ସିଂହଦ୍ୱାର ନିକଟରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ସାକ୍ଷୀଗୋପିନାଥଙ୍କ ସେବାୟତ ଜିତେନ ମହାପାତ୍ର ସାଇକେଲ ଶୋଭାଯାତ୍ରାକାରୀମାନଙ୍କୁ ଠାକୁରଙ୍କ ଶିରିକପଡା ଦେଇ ସ୍ୱାଗତ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମର ଆୟୋଜକ ନେହରୁ ଯୁବ କେନ୍ଦ୍ର ପୁରୀ ଓ ଯୁବ ବ୍ୟାପର କ୍ରୀଡା ଓଡିଶା ସରକାରଙ୍କ ପକ୍ଷରୁ କରାଯାଇଛି ।

Related posts

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା

mahabharatanews

ଅତୀତ ଅନୁଶୀଳନ: କ୍ଷମତାକେନ୍ଦ୍ରଙ୍କ ଅନ୍ତ ଦୟନୀୟ

mahabharatanews

କମିଲା ସୁନା ଦର

mahabharatanews