ରାଜନୀତି

କୁଲକୁଲ ଆଲୋଚନାର ଗୁମର ଖୋଲୁଛି କଂଗ୍ରେସ

ରାୟପୁର: ରାୟପୁର କୁଲ ହୋମ ଆପାର୍ଟମେଣ୍ଟର କୁଲକୁଲ ଆଲୋଚନାର ଗୁମର ଖୋଲୁଛି କଂଗ୍ରେସ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କୁଲ ହୋମର କୁଲ କୋଠରୀରେ ହୋଇଥିବା ବୁଝାମଣା ଉପରେ ଖୁଲାସା କରିଛନ୍ତି । ମନ୍ତ୍ରୀଙ୍କ କୁଲ କୋଠରୀରେ ବୁଝାମଣା କରିବାକୁ ହୋଇଥିଲା ପ୍ରୟାସ । ମନ୍ତ୍ରୀ ଗୋବିନ୍ଦ ଓ ମମିତାଙ୍କ ମଧ୍ୟରେ ବୁଝାମଣା କରିଥିଲେ ବୋଲି ଖୁଲାସା କରିଛନ୍ତି ସାଲୁଜା । ୦
ସାଲୁଜା କହିଛନ୍ତି, ସେପ୍ଟେମ୍ବର ୨୦ରେ ମମିତା ଘରୁ ବସରେ ମହାଲିଙ୍ଗ ଯାଇଥିଲେ । ସେଠାରୁ ଉଭୟ ମମିତା ଓ ଗୋବିନ୍ଦ ଯାଇଥିଲେ ରାୟପୁର । ୨୦ରୁ ୨୩ ସେପ୍ଟେମ୍ବର ପର୍ୟ୍ୟନ୍ତ ସେମାନେ ରାୟପୁରରେ ଥିଲେ । ରାୟପୁରରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୋବିନ୍ଦ ଓ ମମିତାଙ୍କ ମଧ୍ୟରେ ବୁଝାମଣା କରିବାକୁ ଚେଷ୍ଟା କରିଥିଲେ ମନ୍ତ୍ରୀ । କିନ୍ତୁ ତାହା ସମ୍ଭବ ହୋଇ ନ ଥିଲା । , ତେଣୁ ସେପ୍ଟେମ୍ବର ୨୩ରେ ମମିତା ଘରକୁ ଫେରି ଆସିଥିଲେ । ୭ ତାରିଖରେ ମମିତାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲା ଗୋବିନ୍ଦ । ତା ପର ଦିନ ସେ ମମିତାଙ୍କୁ ଡାକି ହତ୍ୟା କରିଥିଲା । ତେଣୁ ରାୟପୁରରେ ୩ ଜଣ ଥିଲେ ନା ନାହିଁ ଏହା ଉପରେ ପୁଲିସ କାହିଁ ଯାଞ୍ଚ କରୁ ନାହିଁ ବୋଲି ସାଲୁଜା ପ୍ରଶ୍ନ କରିଛନ୍ତି ।
ମମିତା ହତ୍ୟା ମାମଲାରେ ପୂର୍ବରୁ ବିଜୟ ମହାପାତ୍ର, ନରସିଂହ ମିଶ୍ର ମଧ୍ୟ ଖୁଲାସା କରିଥିଲେ । ଏବେ ସାଲୁଜା ମୁହଁ ଖୋଲିଛନ୍ତି ।

Related posts

ଆଜିଠୁ ସଂସଦର ଶୀତ ଅଧିବେଶନ, ହେବ ୧୫ଟି ବୈଠକ

mahabharatanews

ଆଳୁ ୩୨ ଟଙ୍କାରୁ ଅଧିକ ମୂଲ୍ୟରେ ବିକିଲେ କାର୍ଯ୍ୟନୁଷ୍ଠାନ : ଖାଦ୍ୟ ଯୋଗାଣ ମନ୍ତ୍ରୀ

mahabharatanews

ତୈଳ ଦର ବୃଦ୍ଧି ପ୍ରତିବାଦ: ବିଧାନସଭାକୁ ସାଇକେଲରେ ଆସିଲେ କଂଗ୍ରେସ ବିଧାୟକ

mahabharatanews