ଓଡିଶାରାଜନୀତି

ଆଳୁ ୩୨ ଟଙ୍କାରୁ ଅଧିକ ମୂଲ୍ୟରେ ବିକିଲେ କାର୍ଯ୍ୟନୁଷ୍ଠାନ : ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : ବର୍ଦ୍ଧିତ ଆଳୁ ଦରକୁ ନେଇ ଚିନ୍ତାରେ ରାଜ୍ୟବାସୀ । କିଛି ଦିନ ଭିତରେ ହିଁ ହୁ ହୁ ହୋଇ ବୃଦ୍ଧି ପାଇଛି ଆଳୁ ଦର । ବର୍ତ୍ତମାନ ସୁଦ୍ଧା ଆଳୁ କିଲୋ ପିଛା ୫୦ ଟଙ୍କା ଛୁଇଁ ସାରିଲାଣି । ହେଲେ ଏହାରି ଭିତରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କିନ୍ତୁ ଚଢ଼ାଦରରେ ଆଳୁ ବିକ୍ରି କରୁଥିବା ଦୋକାନୀଙ୍କୁ ଚେତାବନୀ ଦେଇଛନ୍ତି ।

ଖୁଚୁରା ବଜାରରେ ଆଳୁ କେଜି ୩୨ ଟଙ୍କାରେରେ ବିକ୍ରି ହେଉ ବୋଲି ସେ କହିଛନ୍ତି । ୩୨ ଟଙ୍କାରୁ ଅଧିକ ମୂଲ୍ୟରେ ଯିଏ ଆଳୁ ବିକିବ, କାର୍ୟ୍ୟାନୁଷ୍ଠାନ ହେବ । ଆଜି ଆଳୁ ଗୋଦାମ ଯାଂଚ ସମୟରେ ସେଠାରେ ଦର ୨୭ ଟଙ୍କା ରହିଛି ବୋଲି ସେ କହିଛନ୍ତି । ସେହି ହିସାବରେ ଖୁଚୁରା ବଜାରରେ ୩୨ ଟଙ୍କା ରହିବା କଥା ।

ଦର ଆକାଶଛୁଆଁ ଥିବାବେଳେ ଓଡ଼ିଶାକୁ ଆଳୁ ଗାଡ଼ି ଛାଡ଼ୁନି ପଶ୍ଚିମବଙ୍ଗ । ସୀମାରେ ଅଟକି ରହିଛି ଶହ ଶହ ଗାଡ଼ି। ଏପରି ସ୍ଥିତିର ମୁକାବିଲା କରିବା ନିମନ୍ତେ ଉତ୍ତରପ୍ରଦେଶରୁ ଆଳୁ ମଗାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।
ଗତ ୫ ଦିନ ଧରି କଟକ ଛତ୍ର ବଜାରକୁ ଆଳୁ ଟ୍ରକ୍ ଆସିନି। ପ୍ରତିଦିନ କଟକ ଛତ୍ରବଜାରରୁ ୮ରୁ ୯ ଟ୍ରକ୍ ଆଳୁ ଆସିଥାଏ। ଆଜି ଗୋଟିଏ ଟ୍ରକ୍ ଆସିଛି। ଫଳରେ ଆଳୁ ନେବାକୁ ଛତ୍ରବଜାରରେ ବ୍ୟବସାୟୀଙ୍କ ମଧ୍ୟରେ ପ୍ରବଳ ଭିଡ଼ ସାଙ୍ଗକଚ ଛକାପଞ୍ଝା ଦେଖିବାକୁ ମିଳିଥିଲା।

ଅନ୍ୟପଟେ ଆଜି ବିଧାନସଭାରେ ଉଠିଛି ଆଳୁ ପ୍ରସଙ୍ଗ। ଆଜି ଶୂନ୍ୟକାଳରେ ଗୃହରେ ଆଳୁ ଦର ବଢ଼ିବାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବାଲେଶ୍ବର ବିଧାୟକ ମାନସ ଦତ୍ତ। ଚାରିଦିନ ହେଲା ଓଡ଼ିଶାକୁ ପଶ୍ଚିମବଙ୍ଗରୁ ଆଳୁ ଆସିପାରୁନି। ପଶ୍ଚିମବଙ୍ଗରେ ଦାଦାଗିରି ପାଇଁ ଏଭଳି ସ୍ଥିତି ଉପୁଜିଥିବା ମାନସ ଦତ୍ତ ଗୃହରେ କହିଛନ୍ତି। ଯଦି, ଏଭଳି ପରିସ୍ଥିତି ଲାଗି ରହେ ତାହେଲେ ପଶ୍ଚିମବଙ୍ଗକୁ ଯାଉଥିବା ସମସ୍ତ ଓଡ଼ିଶା ସାମଗ୍ରୀ ବନ୍ଦ କରାଯାଉ ବୋଲି ସେ ଦୋହରାଇଛନ୍ତି। ଏ ନେଇ ସରକାର କିଛି ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି।

Related posts

ବାହାଘର ପୂର୍ବରୁ ଯୁବକଙ୍କୁ ଦୁର୍ବୃତ୍ତଙ୍କ ନିସ୍ତୁକ ମାଡ

mahabharatanews

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

mahabharatanews

ମୁମୂର୍ଷୁ ଅବସ୍ଥାରେ ପୂର୍ବତନ ବ୍ଲକ୍ ଶିକ୍ଷା ଅଧିକାରୀ ଉଦ୍ଧାର

mahabharatanews