ଓଡିଶା

କୁଷ୍ଠରୋଗୀଙ୍କ ସହ ଭୋଜନ କଲେ ଜିଲ୍ଲାପାଳ ମୋନିଷ ବାନାର୍ଜୀ

ମହାଭାରତ, ସୁବର୍ଣ୍ଣପୁର: କୁଷ୍ଠ ରୋଗ ଏକ ଅଭିଶାପ । ଏହି ରୋଗୀଙ୍କ ମିଶିଲେ, ଏମାନଙ୍କ ସହ ବସବାସ କଲେ ରୋଗ ଡେଇଁଥାଏ । ଏମାନଙ୍କ ସଂସ୍ପର୍ଶରେ ଆସିଲେ ପାପ ହୋଇଥାଏ ଆଦି ଅନେକ ଅନ୍ଧବିଶ୍ୱାସ ଆଜି ମଧ୍ୟ ଆମ ଲୋକଙ୍କ ମଧ୍ୟରେ ରହିଛି । ତେଣୁ କୁଷ୍ଠରୋଗୀଙ୍କ ପ୍ରତି ଆମ ମଧ୍ୟରେ ଘୃଣା ଭାବନା ରହିଛି । କିନ୍ତୁ ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀ ସୁବର୍ଣ୍ଣମେରୁ ମନ୍ଦିର ନିକଟସ୍ଥ ଶ।।ନ୍ତି କୁଟୀର କୁଷ୍ଠାଶ୍ରମଠାରେ କୁଷ୍ଠରୋଗୀ ଅନ୍ତେବାସୀମାନଙ୍କ ସହ ମିଳି ଖାଦ୍ୟ ଖାଇଛନ୍ତି । ଏହା କୁଷ୍ଠରୋଗୀଙ୍କ ପାଇଁ ପାଲଟି ଯାଇଛି ଏକ ଅଭୁଲା ଦିନ ପାଲଟି ଯାଇଛି ।
ଶନିବାର ଦିନ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନେ ସୁବର୍ଣ୍ଣମେରୁ ମନ୍ଦିର ନିକଟସ୍ଥ ଶ।।ନ୍ତି କୁଟୀର କୁଷ୍ଠାଶ୍ରମଠ।।ରେ ପହଞ୍ଚିଯାଇଥିଲେ । କୁଷ୍ଠାଶ୍ରମର ଅନ୍ତେବାସୀଙ୍କ ସହ ବିଭିନ୍ନ ଆଲୋଚନ।। କରିବା ସହ ସେମାନଙ୍କ ସମସ୍ୟା ବିଷୟରେ ବୁଝିଥିଲେ । ଏହାପରେ କୁଷ୍ଠରୋଗୀଙ୍କୁ ସ୍ନେହ, ଭଲପାଇବା ଦେବାକୁ ସେ ଲୋକଙ୍କୁ ଅନୁରୋଧ କରିଥିଲେ । କୁଷ୍ଠ କୌଣସି ଡିଆଁ ରୋଗ ନୁହେଁ, ଏହା ସେମାନଙ୍କ ସହ ମିଶିଲେ ଡେଇଁବ ନାହିଁ ବୋଲି କହିଥିଲେ । ସେ ଆହୁରି କହିଥିଲେ, ଲୋକେ ଏହି କୁଷ୍ଠରୋଗୀଙ୍କୁ ଭଲପାଇବା ଉଚିତ, ଏହା ସେମାନଙ୍କୁ ଖୁସୀ ଦେବ । ଏହାପରେ ଜିଲ୍ଲାପାଳ ଓ ତାଙ୍କ ଅଧିକାରୀମାନେ କୁଷ୍ଠାଶ୍ରମରେ ସମସ୍ତ ଅନ୍ତେବାସୀଙ୍କ ଗହଣରେ ଭୋଜନ କରିଥିଲେ । ଏହାକୁ ଦେଖି ଲୋକଙ୍କ ମଧ୍ୟରେ ଆଶ୍ଚର୍ଯ୍ୟଭାବ ଦେଖାଦେଇଥିଲା । ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ସରତ ଚନ୍ଦ୍ର ପଣ୍ଡା,ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଥିଲେ ।

Related posts

ଯୁବଶିଳ୍ପୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

mahabharatanews

କରୋନା ସଚେତନତା ପାଇଁ ପୁରୀରେ ନିଯୁକ୍ତ ହେବେ ସ୍ୱେଚ୍ଛାସେବୀ

mahabharatanews

ମନ୍ତ୍ରୀ ଭାବେ ଶପଥ ନେଲେ ବିକ୍ରମ, ସୁଦାମ ଓ ଶାରଦା

mahabharatanews

Leave a Comment