ଓଡିଶା

କୋରୋନା ଗୁଜବ ପ୍ରଚାର କରି ଆଉ ଜଣେ ଗିରଫ

(ମହାଭାରତ, କଳାହାଣ୍ଡି): କୋରୋନା ଭାଇରସ ନାଁରେ ଗୁଜବ ପ୍ରଚାର କରିବା ଅଭିଯୋଗରେ ପୁଣି ଜଣେ ଯୁବକକୁ ପୋଲିସ ଗିରଫ କରିଛି । ଗିରଫ ଯୁବକ ଜଣକ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଡୁଡକେଲ ଗାଁର ବିନ୍ଦୁ ମହାନନ୍ଦ ବୋଲି ଜଣାପଡିଛି । ସେ ଜଣେ ଶିକ୍ଷକ ବୋଲି ଜଣାଯାଇଛି । ପୋଲିସ ସୂଚନା ଅନୁଯାୟୀ, ଶନିବାର କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖଳିଆକାନି ଗାଁର ଜଣେ ଯୁବକଙ୍କୁ କୋରୋନା ହୋଇଥିବା ନେଇ ଅଭିଯୁକ୍ତ ଜଣକ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରିଥିଲେ । ଏହାସହ କରୋନା ଆକ୍ରାନ୍ତ ବ୍ୟକ୍ତି ଜଣକ ବେଙ୍ଗାଲୁରୁରୁ ଫେରିଥିଲେ । ସେ ତାଟି କବାଟ ବନ୍ଦ କରି ଏବେ ଘରେ ରହୁଥିବା ନେଇ ଅଭିଯୁକ୍ତ ଜଣକ ପ୍ରଚାର ରକିଥିଲେ । କଳାହାଣ୍ଡି ଏସପି ବି. ଗଙ୍ଗାଧର ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଗୁଜବଟି ମିଛ ପ୍ରମାଣିତ ହେବା ପରେ ଗୋଳାମୁଣ୍ଡା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

Related posts

ସାତକୋଶିଆ ରେଞ୍ଜ ଅଞ୍ଚଳ ରେ ୫ ଗୋରୁ କୁ ମାରିଲା ବାଘ

mahabharatanews

ପବିତ୍ର ଅକ୍ଷୟ ତୃତୀୟ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

mahabharatanews

ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିବାକୁ ହେବ ଆଉ ଦେଢ ମାସ

mahabharatanews