Uncategorized

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନାମରେ ମାମଲା

ମୁଜାଫରପୁର: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି । ଗତକାଲି ମୁଜାଫରପୁରରେ କୋରୋନା ସଂକ୍ରମଣ ରୋକିବାକୁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର କଳା ବଜାରୀ ରୋକିବାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି । ସାମାଜିକ କର୍ମୀ ତମନ୍ନା ହାସମି ଡିଷ୍ଟ୍ରିକ୍ସ କୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ମୁଜାଫରପୁର ପୁଲିସ ଆଇପିସିର ୪୦୬, ୫୦୫ ଓ ୪୨୦ରେ ସ୍ୱାସ୍ଥୃ ମନ୍ତ୍ରୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି । ଏହି ମାମଲାର ଶୁଣାଣି ଆସନ୍ତା ୩୦ ତାରିଖରେ ହେବ । କୋରୋନା ସଂକ୍ରମଣ ବ୍ୟାପକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମାର୍ଚ୍ଚ ୧୩ ତାରିଖରେ ମାସ୍କ, ସାନିଟାଇଜରକୁ ଆଗାମୀ ୧୦୦ ଦିନ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଶ୍ରେଣୀଭୁକ୍ତ କରିଥିଲା । ଏହି ସାମଗ୍ରୀର ଯୋଗାଣ ସୁରୁଖୁରୁ କରିବା ଓ ବ୍ଲାକ ମାର୍କେଟ ରୋକିବାକୁ ଏପରି କରାଯାଇଛି । ଏଥିନେଇ ନାସନାଲ ଫାର୍ମାସିଟିକାଲ ପ୍ରାଇସିଂ ଅଥୋରିଟିକୁ ଏହି ସାମଗ୍ରୀର ଉପସ୍ଥିତି ଓ ଦାମ ନିୟନ୍ତ୍ରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ନିର୍ଦ୍ଦେଶନାମାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଶାଳୟ ଦ୍ୱାରା ଜାରି କରାଯାଇଥିଲା । ଗ୍ଲୋଭ, ସାନିଟାଇଜର, ମାସ୍କ ଓ ସର୍ଜିକାଲ ଉତ୍ପାଦର ଦର ଓ ଯୋଗାଣ ଉପରେ ନିୟନ୍ତ୍ରଣ ରଖିବାକୁ ଫାର୍ମାସିଟିକାଲ ପ୍ରାଇସିଂ ଅଥୋରିଟିକୁ ବାଧ୍ୟତ କରାଯାଇଥିବା ରାସାୟନ ଓ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ଫାର୍ମାସିଟିକାଲ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଥିଲା ।

ସୂଚନାଯୋଗ୍ୟ, ଦେଶରେ କୋରୋନାର୧୪୭ଟି କେଶ ରହିଛି, ଯାହା ସାରା ବିଶ୍ୱରେ ୧,୮୫,୦୦୦ରେ ପହଞ୍ଚିଛି । ଏହି ସଂକ୍ରମଣରେ ୭୫ଶହ ଲୋକଙ୍କ ପ୍ରାଣହାନୀ ଘଟିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ପକ୍ଷରୁ ସଦ୍ୟତମ ରିପୋର୍ଟରେ ଜାରି କରାଯାଇଛି ।

Related posts

ସୀମାପାର ଅସ୍ତ୍ର ଚାଲାଣ ଅଭିଯୋଗରେ ୩ ଗିରଫ

mahabharatanews

ଜିମ ନ ଯାଇ ଘରେ ଏମିତି କରୁଛନ୍ତି ଏକ୍ସରସାଇଜ

mahabharatanews

ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କୁ ଇଡିର ଜେରା

mahabharatanews